ନୂଆଦିଲ୍ଲୀ: ବିଦେଶୀ ପଶୁ, ପକ୍ଷୀ ରଖିବାକୁ ନେଇ ରବିବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଏଭଳି ପଶୁ, ପକ୍ଷୀ ରଖିଛନ୍ତି ସେମାନଙ୍କୁ ଡିସେମ୍ୱର ସୁଦ୍ଧା ସୂଚନା ଦେବାକୁ ହେବ। ଯଦି ଏଭଳି କରିବେ ତାହେଲେ ତାଙ୍କ ବିରୋଧରେ ମାମଲା ଚାଲିବନି।
ସରକାର ଏହି ପ୍ରସଙ୍ଗରେ କହିଥିଲେ ବିଦେଶୀ ପଶୁ, ପକ୍ଷୀକୁ ରଖିବା ପାଇଁ ମାଲିକଙ୍କୁ ଅଭିଯୋଜନା ସଂରକ୍ଷଣ ଦେବା ଦରକାର। ଏହାପରେ କୋର୍ଟ କହିଥିଲେ ଏଭଳି ସମ୍ଭବ ଯେତେବେଳେ ସେମାନେ ସର୍ବସମ୍ମୁଖରେ କ୍ଷମା ମାଗିବେ ଏବଂ ସତ କହିବେ। ସମାନ ରାୟ ଆହ୍ଲାବାଦ ହାଇକୋର୍ଟ ଦେଇଥିଲେ। ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ସଂରକ୍ଷଣ ରଖିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି।