ସିଏଏ ଅଭିଯୁକ୍ତଙ୍କ ହୋର୍ଡିଂ ନେଇ ଯୋଗୀ ସରକାରକୁ ତାଗିଦ୍

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ହୋର୍ଡିଂକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଆଧାରରେ ସରକାର ହିଂସାରେ ସାମିଲ୍ ଥିବା ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଛନ୍ତି ସେ ନେଇ ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏହାପରେ ମାମଲା ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହାରି ଭିତରେ ୟୁପି ସରକାର ଜବାବ ରଖିବେ। ଜଷ୍ଟିସ ୟୁୟୁ ଲଳିତ ଏବଂ ଅନିରୁଦ୍ଧ […]

YOGI ADITYANATH

Subhransu Sekhar
  • Published: Thursday, 12 March 2020
  • , Updated: 12 March 2020, 03:38 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ହୋର୍ଡିଂକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। କେଉଁ ଆଧାରରେ ସରକାର ହିଂସାରେ ସାମିଲ୍ ଥିବା ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଛନ୍ତି ସେ ନେଇ ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏହାପରେ ମାମଲା ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହାରି ଭିତରେ ୟୁପି ସରକାର ଜବାବ ରଖିବେ।

ଜଷ୍ଟିସ ୟୁୟୁ ଲଳିତ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ସଲିଟର ଜେନେରାଲ ତୁଷାର ମେହେତା ପକ୍ଷ ରଖିଥିଲେ। କେଉଁ ଆଧାରରେ ଜଣେ ଅଭିଯୁକ୍ତର ପୋଷ୍ଟର ସରକାର ମାରିଛନ୍ତି ବୋଲି ଖଣ୍ଡପୀଠ କହିଥିଲେ। ଜବାବରେ ସଲିଟର ଜେନେରାଲ କହିଥିଲେ, ଜଣେ ଅଭିଯୁକ୍ତ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଛି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଉଛି। ଏହି ସବୁ ଘଟଣାର ଭିଡିଓ ଫୁଟେଜ ଟିଭିରେ ପ୍ରସାରିତ ହେଉଛି। ତେଣୁ ଏଭଳି ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା ବା ଗୋପନୀୟତା କେଉଁଠି ରହିଲା ବୋଲି ସଲିଟର ଜେନେରାଲ କହିଥିଲେ।

ଏହାପରେ ଖଣ୍ଡପୀଠ କହିଥିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ହେଲେ କେଉଁ ଆଇନ ଆଧାରରେ ସରକାର ଏଭଳି ପୋଷ୍ଟର ମାରିଛନ୍ତି ତା’ର ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ମାର୍ଚ୍ଚ ୧୬ ଯାଏ ସମୟ ଦେଇଛନ୍ତି ଖଣ୍ଡପୀଠ।

ସୂଚନାଯୋଗ୍ୟ, ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ସିଏଏ ବିରୋଧୀ ହିଂସା ଅଭିଯୁକ୍ତଙ୍କ ହୋର୍ଡିଂ ହଟାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ କହିଥିଲେ। ହେଲେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story