ସ୍କୁଲ ବସ୍‌କୁ ବିକ୍ଷୋଭକାରୀଙ୍କ ପଥରମାଡ଼: ବହୁ ଛାତ୍ରଛାତ୍ରୀ ଆହତ

ଜାମ୍ମୁ କାଶ୍ମୀରରେ ସ୍କୁଲ ବସ୍ ଉପରେ ପଥର ମାଡ଼। ଏହି ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଆତଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଉପରେ ସେଠାକାର ସ୍ଥାନୀୟ ଲୋକେ ସାଧାରଣତଃ ପଥର ମାଡ଼ କରିଥାନ୍ତି।  ଆତଙ୍କବାଦ ବିରୋଧୀ ଅପରେସନରୁ ସେମାନଙ୍କୁ ହଟାଇବାକୁ ଓ ଆତଙ୍କବାଦୀଙ୍କୁ ଖସି ଯିବାରେ ସାହାଯ୍ୟ କରିବାକୁ ସେମାନେ ଏପରି କରିଥାନ୍ତି।  ଏଥର କିନ୍ତୁ ସ୍କୁଲ ବସ୍‌କୁ ସେମାନେ ଟାର୍ଗେଟ କରିଛନ୍ତି। ଏଥିରେ ଅନେକ […]

Stone-pelters-in-Kashmir-attack-school-bus-injure-two-school-children

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 05:42 PM IST

ଜାମ୍ମୁ କାଶ୍ମୀରରେ ସ୍କୁଲ ବସ୍ ଉପରେ ପଥର ମାଡ଼। ଏହି ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଆତଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ଉପରେ ସେଠାକାର ସ୍ଥାନୀୟ ଲୋକେ ସାଧାରଣତଃ ପଥର ମାଡ଼ କରିଥାନ୍ତି।  ଆତଙ୍କବାଦ ବିରୋଧୀ ଅପରେସନରୁ ସେମାନଙ୍କୁ ହଟାଇବାକୁ ଓ ଆତଙ୍କବାଦୀଙ୍କୁ ଖସି ଯିବାରେ ସାହାଯ୍ୟ କରିବାକୁ ସେମାନେ ଏପରି କରିଥାନ୍ତି।  ଏଥର କିନ୍ତୁ ସ୍କୁଲ ବସ୍‌କୁ ସେମାନେ ଟାର୍ଗେଟ କରିଛନ୍ତି। ଏଥିରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।  ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସରକାର।

Related story