ସୀମାରେ ବାରମ୍ବାର ଆକ୍ରମଣ, ଜମ୍ମୁର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ  

ଜମ୍ମୁ: ଭାରତ ତରଫରୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି। ଫଳରେ ସୀମା ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ୮୦ ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନର ଏପରି ଆକ୍ରମଣର ଭାରତ କଡ଼ା ଜବାବ ଦେଇଛି। ପାକିସ୍ତାନ ସୀମା ଉପରେ ଭାରତର ଆକ୍ରମଣରେ ଜଣେ ଆତଙ୍କବାଦ ସହ ସାତ ଜଣ […]

jammu-kashmir

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 11:53 AM IST

ଜମ୍ମୁ: ଭାରତ ତରଫରୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି। ଫଳରେ ସୀମା ଅଞ୍ଚଳରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ୮୦ ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନର ଏପରି ଆକ୍ରମଣର ଭାରତ କଡ଼ା ଜବାବ ଦେଇଛି। ପାକିସ୍ତାନ ସୀମା ଉପରେ ଭାରତର ଆକ୍ରମଣରେ ଜଣେ ଆତଙ୍କବାଦ ସହ ସାତ ଜଣ ପାକିସ୍ତାନୀ ରେଞ୍ଜର୍ସରଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚଜଣ ରେଞ୍ଜର୍ସ ଆହତ ହୋଇଛନ୍ତି।

ଆଜି ସକାଳୁ ବାରମୁଳାରୁ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଏକେ-୪୭ ରାଇଫଲ ଏବଂ ଗୋଳାବାରୁଦ ଜବତ କରାଯାଇଛି।

Related story