କେଉଁ ରାଜ୍ୟରେ କେତେ ଦିନ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ି ଚାଲିଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ବ୍ୟାପିବାକୁ ରୋକିବା ପାଇଁ ଦେଶର ଏକାଧିକ ରାଜ୍ୟ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଇସୋଲେସନ ୱାର୍ଡ ଖୋଲିବା ସହ ଲୋକଙ୍କୁ ଗୋଟିଏ ସ୍ଥାନରେ ସମବେତ ହେବା ଉପରେ ରୋକ ଲଗାଇଛନ୍ତି। ଆଜି ଏକାଧିକ ରାଜ୍ୟ ଗୁଡ଼ିକ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉତ୍ତର […]

dc

Hemant Lenka
  • Published: Friday, 13 March 2020
  • , Updated: 13 March 2020, 05:24 PM IST

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ି ଚାଲିଥିବାରୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ବ୍ୟାପିବାକୁ ରୋକିବା ପାଇଁ ଦେଶର ଏକାଧିକ ରାଜ୍ୟ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଇସୋଲେସନ ୱାର୍ଡ ଖୋଲିବା ସହ ଲୋକଙ୍କୁ ଗୋଟିଏ ସ୍ଥାନରେ ସମବେତ ହେବା ଉପରେ ରୋକ ଲଗାଇଛନ୍ତି।

ଆଜି ଏକାଧିକ ରାଜ୍ୟ ଗୁଡ଼ିକ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଉତ୍ତର ପ୍ରଦେଶରେ ମାର୍ଚ୍ଚ ୨୨ ଯାଏ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ତେବେ ଯେଉଁସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା ଚାଲୁଛି, ସେଗୁଡ଼ିକ ଖୋଲା ରହିବ ବୋଲି ସେ କହିଛନ୍ତି।

ହରିଆଣାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରହିବ। ଜମ୍ମୁ-କଶ୍ମୀରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି। ମଧ୍ୟପ୍ରଦେଶରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି।

କେରଳରେ କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ଯାଏ ଏଠାରେ ସମସ୍ତ ସ୍କୁଲ ବନ୍ଦ ରହିବ। କର୍ଣ୍ଣାଟକାରେ କରୋନା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଏଠାରେ ଗୋଟିଏ ସପ୍ତାହ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରାଯାଇଛି।

ଦିଲ୍ଲୀରେ ମାର୍ଚ୍ଚ ୩୧ ଯାଏ ସ୍କୁଲ, କଲେଜ ଓ ସିନେମା ହଲକୁ ବନ୍ଦ କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ପ୍ରକାରର ସେମିନାର ଓ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ବିହାର ଏବଂ ଓଡ଼ିଶାରେ ମଧ୍ୟ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସହ ସିନେମା ହଲକୁ ୩୧ ମାର୍ଚ୍ଚ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story