ପ୍ରାର୍ଥିପତ୍ର ଦାଖଲ କଲେ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହିଥିଲେ। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ […]

scindia file nomination

Subhransu Sekhar
  • Published: Friday, 13 March 2020
  • , Updated: 13 March 2020, 04:46 PM IST

ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହିଥିଲେ। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ ୨୬ରେ ଭୋଟ୍ ପଡ଼ିବ।

https://twitter.com/BJP4MP/status/1238392238066913280

କଂଗ୍ରେସ ମଧ୍ୟ ତିନୋଟି ଆସନରୁ ଦୁଇଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛି। କଂଗ୍ରେସ ଗୋଟିଏ ଆସନ ପାଇଁ ସାଂସଦ ଦିଗବିଜୟ ସିଂହଙ୍କୁ ଟିକେଟ୍ ଦେଇଛି। ଅନ୍ୟ ଆସନ ପାଇଁ କଂଗ୍ରେସକୁ ଫୁଲ ସିଂହ ପ୍ରାର୍ଥୀ କରିଛି।

ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ରହିଥିବା ବେଳେ ବିଜେପିର ୧୦୭ ବିଧାୟକ ରହିଛନ୍ତି। ସଂଖ୍ୟା ଅନୁଯାୟୀ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଜିତିବା ସୁନିଶ୍ଚିତ। ତେଣୁ ତୃତୀୟ ଆସନ ପାଇଁ ଲଢ଼େଇ ହେବାକୁ ଯାଉଛି। ହେଲେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେବା ପରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। କଂଗ୍ରେସ ଏବେ ସରକାର ବଞ୍ଚାବାକୁ ପ୍ରୟାସ କରୁଥିବା ବେଳେ ବିଜେପି ରାଜ୍ୟସଭା ନିର୍ବାଚନ ଆଳରେ ରାଜ୍ୟରେ କ୍ଷମତାକୁ ଫେରିବା ସହିତ ଦୁଇଟି ଆସନରେ ଜିତିବ ବୋଲି ରାଜନୀତିକ ଗୋଟି ଚଳାଇଛି।

Related story