ଅଯୋଧ୍ୟା: ୧୯୯୦ ପରଠାରୁ ଅଯୋଧ୍ୟା ନିର୍ମାଣ କାର୍ଯ୍ୟଶାଳାଠାରେ ରାମ ମନ୍ଦିର ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଜାରି ରଖିଥିବା ପଥର ଖୋଦେଇ କାର୍ଯ୍ୟ ବର୍ତ୍ତମାନ ପାଇଁ ବନ୍ଦ ରହିବ। ଅଯୋଧ୍ୟା ୟ ଆସିବା ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଭିଏଚ୍ପି ପକ୍ଷରୁ ଏହା ମୁଖପାତ୍ର ଶରଦ ଶର୍ମା କହିଛନ୍ତି, ହଁ ଆମେ ପଥର ଖୋଦେଇ କାର୍ଯ୍ୟ ବନ୍ଦ କରିଛୁ। ରାମ ଜନ୍ମଭୂମି ନ୍ୟାସ ହିଁ ନିଷ୍ପତ୍ତି ନେବ ପରବର୍ତ୍ତୀ ମୁହୂର୍ତ୍ତରେ କେବେ ଖୋଦେଇ ହେବ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନିଷ୍ପତ୍ତି ଅନୁଯାୟୀ ଏପରି କରଯାଇଥିବା କୁହାଯାଉଛି।
ତେବେ ଏହି କାର୍ଯ୍ୟ ବନ୍ଦ ହେବାପରେ ଗୁଜରାଟର ଭୁଜ ଏବଂ ସୌରାଷ୍ଟ୍ରରୁ ଆସି ଉତ୍ତପ୍ରଦେଶର ଅଯୋଧ୍ୟାସ୍ଥିତ କରସେବକପୁମ୍ଠାରେ କାର୍ଯ୍ୟରତ ପ୍ରାୟ ପଥର ଶିଳ୍ପୀ ଘରକୁ ଫେରିଯାଇଛନ୍ତି। ମୂଲାୟମ୍ ସିଂହ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୦ ମସିହା ପଥର ଖୋଦେଇ ଆରମ୍ଭ ହୋଇଥିଲା। ଭିଏଚ୍ପିର ଦାବି ଅନୁଯାୟୀ, ୧.୨୫ ଲକ୍ଷ ଘନଫୁଟର ପଥର କୋଦେଇ ସରିଲାଣି।