ଜମ୍ମୁକଶ୍ମୀର: ଆଜି ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କଶ୍ମୀର ସୀମାବର୍ତ୍ତୀ ଅର୍ଣ୍ଣିଆ, ଆର୍ଏସ୍ପୁରା ଓ ରାମଗଡ଼ ସେକ୍ଟରରେ ପ୍ରମୁଖ ୨୦ ଗାଁକୁ ଲକ୍ଷ୍ୟ କରି ପାକସେନାର ପକ୍ଷରୁ ଗୁଳିମାଡ଼ ହେବାରୁ ଦୁଇ ଜଣ ବିଏସ୍ଏଫ୍ ଯବାନଙ୍କ ସହ ୫ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଏହାର ଜବାବ ଭାରତ ଦେବା ସହିତ ଗାଁ ଗୁଡ଼ିକୁ ଖାଲି କରିଥିଲା। ଅର୍ଣ୍ଣିଆ ଓ ଆର୍ଏସ୍ପୁରା ଅଞ୍ଚଳରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଗାଁ ଛାଡ଼ିଛନ୍ତି।
କିଛି ଦିନ ହେଲାଣି ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଯେଉଁଥିପାଇଁ ଗତକାଲି ଡିଜିଏମ୍ଓ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ମଧ୍ୟ ସୀମାରେ ସାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।