ଜମ୍ମୁ କଶ୍ମୀର ଗସ୍ତରେ ଦ୍ୱିତୀୟ ବିଦେଶୀ ପ୍ରତିନିଧି ମଣ୍ଡଳ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ପରଖିବାକୁ ଦ୍ୱିତୀୟ ଥର ପାଇଁ ବିଦେଶୀ ପ୍ରତିନିଧି ଟିମ୍ ଆସିଛନ୍ତି। ଏହି ଟିମ୍ ଜମ୍ମୁ କଶ୍ମୀରର ସ୍ଥାନୀୟ ଲୋକ, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିବ। ୧୨ ଏବଂ ୧୩ ତାରିଖ ଦିନ ବିଦେଶୀ ପ୍ରତିନିଧି ମଣ୍ଡଳ ଜମ୍ମୁ କଶ୍ମୀରର ସ୍ଥିତି ସମୀକ୍ଷା କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ଏକ […]

foreign team

Subhransu Sekhar
  • Published: Wednesday, 12 February 2020
  • , Updated: 12 February 2020, 05:49 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ପରଖିବାକୁ ଦ୍ୱିତୀୟ ଥର ପାଇଁ ବିଦେଶୀ ପ୍ରତିନିଧି ଟିମ୍ ଆସିଛନ୍ତି। ଏହି ଟିମ୍ ଜମ୍ମୁ କଶ୍ମୀରର ସ୍ଥାନୀୟ ଲୋକ, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିବ। ୧୨ ଏବଂ ୧୩ ତାରିଖ ଦିନ ବିଦେଶୀ ପ୍ରତିନିଧି ମଣ୍ଡଳ ଜମ୍ମୁ କଶ୍ମୀରର ସ୍ଥିତି ସମୀକ୍ଷା କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ଏକ ବିଦେଶୀ ପ୍ରତିନିଧି ଟିମ୍ ଜମ୍ମୁ କଶ୍ମୀର ଗସ୍ତରେ ଆସିଥିଲେ।

ଏହି ବିଦେଶୀ ପ୍ରତିନିଧି ଟିମରେ ବିଭିନ୍ନ ଦେଶର ପ୍ରତିନିଧି ରହିଛନ୍ତି। ଜମ୍ମୁ କଶ୍ମୀରର ବରମୁଲା, ଶ୍ରୀନଗର ଏବଂ ଜମ୍ମୁ ଗସ୍ତ କରିବ ଏହି ଟିମ୍। ସିଭିଲି ସୋସାଇଟି, ଧାର୍ମିକ ବ୍ୟକ୍ତି, ବିଭିନ୍ନ ସମୁଦାୟ, ଯୁବକ ମାନଙ୍କୁ ମଧ୍ୟ ଏହି ସମୟରେ ଭେଟିବେ ବିଦେଶୀ ଟିମ୍। କେନ୍ଦ୍ର ସରକାରଙ୍କ ଆଉଟରିଚ କାର୍ଯ୍ୟକ୍ରମ ଜରିଆରେ ଏହି ବିଦେଶୀ ପ୍ରତିନିଧି ମଣ୍ଡଳ ଜମ୍ମୁ କଶ୍ମୀର ଆସିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରର ସ୍ଥିତି କିଭଳି ଅଛି ସାରା ବିଶ୍ୱକୁ ଅବଗତ କରାଇବା ପାଇଁ ଲକ୍ଷ୍ୟ ରଖି ବିଦେଶୀ ପ୍ରତିନିଧି ଟିମକୁ ଜମ୍ମୁ କଶ୍ମୀର ଗସ୍ତରେ ଆଣୁଛନ୍ତି ସରକାର। ଏହା ପୂର୍ବରୁ ଜାନୁଆରୀ ୧୫ରେ ବିଦେଶୀ ପ୍ରତିନିଧି ଟିମ ଆସିଥିଲା।

ଜମ୍ମୁ କଶ୍ମୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି। ଏଭଳି ସଂଗୀନ ଅଭିଯୋଗ ଆଣି ପାକିସ୍ତାନ ଭାରତର ଅନ୍ତର୍ଜାତୀୟ ଛବି ଖରାପ କରିବାକୁ ଚେଷ୍ଟା କରୁଛି। ଭାରତର ଭାବମୂର୍ତ୍ତି ନଷ୍ଟ କରିବାକୁ ପାକିସ୍ତାନ। ଜାତିସଂଘ ପାଖରୁ ବିଭିନ୍ନ ମଞ୍ଚରେ ପାକିସ୍ତାନ ଜମ୍ମୁ କଶ୍ମୀରକୁ ପ୍ରସଙ୍ଗ କରି ଅନେକ ଅମୂଳକ ଯୁକ୍ତି ରଖିଛି। ଯେଉଁଥିପାଇଁ ଅନେକ ଥର ଲଜ୍ଜିତ ମଧ୍ୟ ହୋଇଛି ପାକିସ୍ତାନ। ତେଣୁ ପାକିସ୍ତାନ ଅଭିଯୋଗର ସତ ବାବଦରେ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଭାରତ ଏହି ବିଦେଶୀ ପ୍ରତିନିଧି ଟିମକୁ ଡାକିଛି।

Related story