ନାଗରିକତା ବିଲ୍‌କୁ ମମତାଙ୍କ ବିରୋଧ, ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ଆହ୍ୱାନ

କୋଲକାତା: ଧର୍ମ ଆଧାରରେ ଯଦି ସଂଶୋଧିତ ନାଗରିକତା ବିଧେୟକ ଆଗତ ହେବ ତାହାଲେ ଏହା ଭାରତର ଦ୍ୱିତୀୟ ସ୍ୱାଧୀନତା ଯୁଦ୍ଧ ହେବ। ସ୍ୱାଧୀନତା ବେଳେ ଭାଗ ନେଇପାରିନଥିଲୁ ହେଲେ, ଏହି ଦ୍ୱିତୀୟ ସ୍ୱାଧୀନତା ଯୁଦ୍ଧରେ ନିଶ୍ଚିୟ ସାମିଲ୍ ହେବୁ କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। କୋଲକାତାର ଏକ ରାଲିରେ ଯୋଗ ଦେଇ ଏଭଳି କହିଛନ୍ତି […]

mamata

mamata

Subhransu Sekhar
  • Published: Saturday, 07 December 2019
  • Updated: 07 December 2019, 06:19 PM IST

Sports

Latest News

କୋଲକାତା: ଧର୍ମ ଆଧାରରେ ଯଦି ସଂଶୋଧିତ ନାଗରିକତା ବିଧେୟକ ଆଗତ ହେବ ତାହାଲେ ଏହା ଭାରତର ଦ୍ୱିତୀୟ ସ୍ୱାଧୀନତା ଯୁଦ୍ଧ ହେବ। ସ୍ୱାଧୀନତା ବେଳେ ଭାଗ ନେଇପାରିନଥିଲୁ ହେଲେ, ଏହି ଦ୍ୱିତୀୟ ସ୍ୱାଧୀନତା ଯୁଦ୍ଧରେ ନିଶ୍ଚିୟ ସାମିଲ୍ ହେବୁ କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। କୋଲକାତାର ଏକ ରାଲିରେ ଯୋଗ ଦେଇ ଏଭଳି କହିଛନ୍ତି ମମତା।

ନିକଟରେ ପଶ୍ଚିମବଙ୍ଗରେ ଉପ ନିର୍ବାଚନ ହୋଇଥିଲା। ଏହି ଉପ ନିର୍ବାଚନରେ କେନ୍ଦ୍ରର ଏନଆରସିକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ି ସଫଳ ହୋଇଛି ମମତାଙ୍କ ଦଳ ଦୃଣମୂଳ କଂଗ୍ରେସ। ୨୦୨୧ରେ ବିଧାନସଭା ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ଏନଆରସି ଏବଂ ନାଗରିକତା ସଂଶୋଧନ ବିଲକୁ ପ୍ରସଙ୍ଗ କରି ନିର୍ବାଚନୀ ନାରା ପ୍ରସ୍ତୁତ କରିବ ବୋଲି ମମତା ଏହି ରାଲି ଜରିଆରେ ଇଙ୍ଗିତ ଦେଇ ସାରିଛନ୍ତି। ରାଜ୍ୟର ୧୨୦ ଆସନରେ ଅଳ୍ପସଂଖ୍ୟକ, ଶରଣାର୍ଥୀ ରହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଏହିମାନେ ନିର୍ବାଚନ ଫଳାଫଳର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ଏହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତା ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତା ପାଇପାରିବେ।

ସରକାରଙ୍କ ସଂଶୋଧିତ ନାଗରିକତା ବିଧେୟକ ଯଦି ଏହି ଭଳି ହୋଇଥିବ ତାହେଲେ ତୃଣମୂଳ ସମେତ ବିଭିନ୍ନ ଦଳ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ବିଧେୟକ ମୁସଲମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଆଯାଉଛି। ଏହା ସମ୍ୱିଧାନର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ବିରୋଧୀ କହିଛନ୍ତି।

ଆସାମରେ ଏନଆରସି ଲାଗୁ ହେବା ପରେ ଏହାକୁ ପଶ୍ଚିମବଙ୍ଗ ସମେତ ବହୁ ରାଜ୍ୟ ବିରୋଧ କରିଥିଲେ। ଏହାପରେ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଂସଦରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos