ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଗୁପ୍ତ ଭାବେ ପ୍ରକ୍ରିୟା ଚାଲିଛି ବୋଲି କହିଲେ ସରକାର

ନୂଆଦିଲ୍ଲୀ: ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ଗୁପ୍ତ ଭାବେ ପ୍ରକ୍ରିୟା ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ଏହି ପ୍ରକ୍ରିୟା କେଉଁ ସ୍ଥିତିରେ ରହିଛି, ସେକଥା ସରକାର ଜାଣିନାହାନ୍ତି। ଆଜି ଏଭଳି ତଥ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଅଶୋକ ଭୂଷଣ ଶୁଣାଣି ବେଳେ ମାଲ୍ୟାଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ ପ୍ରତ୍ୟର୍ପଣ ପାଇଁ କେଉଁ ପ୍ରକାରର ଗୁପ୍ତ […]

d

Hemant Lenka
  • Published: Monday, 05 October 2020
  • , Updated: 05 October 2020, 04:54 PM IST

ନୂଆଦିଲ୍ଲୀ: ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ଗୁପ୍ତ ଭାବେ ପ୍ରକ୍ରିୟା ଜାରି ରଖିଛନ୍ତି। ହେଲେ ବର୍ତ୍ତମାନ ଏହି ପ୍ରକ୍ରିୟା କେଉଁ ସ୍ଥିତିରେ ରହିଛି, ସେକଥା ସରକାର ଜାଣିନାହାନ୍ତି। ଆଜି ଏଭଳି ତଥ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଅଶୋକ ଭୂଷଣ ଶୁଣାଣି ବେଳେ ମାଲ୍ୟାଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ ପ୍ରତ୍ୟର୍ପଣ ପାଇଁ କେଉଁ ପ୍ରକାରର ଗୁପ୍ତ ପ୍ରକ୍ରିୟା ଜାରି ରହିଛି। ମାଲ୍ୟାଙ୍କ ଓକିଲ ଅଙ୍କୁର ସୈଗଲ କୋର୍ଟଙ୍କୁ କହିଥିଲେ ଯେ “ମାଲ୍ୟାଙ୍କୁ ଲଣ୍ଡନରୁ ପ୍ରତ୍ୟର୍ପଣ ପାଇଁ କେଉଁ ପ୍ରକାରର ଗୁପ୍ତ ପ୍ରକ୍ରିୟା ଜାରି ରହିଛି, ସେକଥା ମୁଁ ଜାଣିନାହିଁ। ମୁଁ କେବଳ ଏତିକି ଜାଣିଛି ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିରୋଧରେ ମୁଁ ଯେଉଁ ଆବେଦନ କରିଥିଲି, ତା’ହା ଖାରଜ ହୋଇଯାଇଛି।”

ଏହା ଶୁଣିବା ପରେ କୋର୍ଟ ନଭେମ୍ବର ୨ ସୁଦ୍ଧା ମାଲ୍ୟା କେବେ ହାଜର ହେବେ, ସେକଥା କହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେବେ ମାଲ୍ୟାଙ୍କୁ ଫେରାଇ ଆଣିବା ପାଇଁ ଚାଲିଥିବା ଗୁପ୍ତ ପ୍ରକ୍ରିୟା ଶେଷ ହେବ, ସେକଥା ଜଣାଇବାକୁ ବି କହିଛନ୍ତି।

କେନ୍ଦ୍ର ସରକାରଙ୍କ ଓକିଲ ରଜତ ନାଏର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହିଁ ପ୍ରତ୍ୟର୍ପଣ ପାଇଁ ଆବେଦନ କରାଯାଇଛି। କିଛି ଗୁପ୍ତ ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲିଛି। ହେଲେ କେନ୍ଦ୍ର ସରକାର ଏଥିରେ ପକ୍ଷ ନାହାନ୍ତି। ବ୍ରିଟେନର ସର୍ବୋଚ୍ଚ ଅଦାଲତ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ କାଏମ ରଖିଛନ୍ତି। କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଏହାର ସ୍ଥିତାବସ୍ଥା ସମ୍ପର୍କରେ ମଧ୍ୟ ଖବର ନାହିଁ।

ଭାରତରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ କରି ମାଲ୍ୟା ବିଦେଶ ପଳାଇ ଯାଇଛନ୍ତି। ସେ ବ୍ରିଟେନରେ ଆତ୍ମଗୋପନ କରିଥିବାରୁ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Related story