ଗୁହାଳରୁ ମନିଟରିଂ କରୁଥିଲେ ଆତଙ୍କବାଦୀ

ଶ୍ରୀନଗର: ରବିବାର ଆତଙ୍କବାଦୀଙ୍କ ଏକ ଠିକଣା ଠାବ କରିଛି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଗୁହାଳ କରେ ଥିବା ଲଶ୍କର-ଏ-ତାଇବାର ଠିକଣାକୁ ଖୋଜି ବାହାର କରିଛନ୍ତି ସୁରକ୍ଷା ବଳ। ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭଯୋଗରେ ଜଣଙ୍କୁ ଗିରଫ୍ କରିଛି ପୁଲିସ। ଆତଙ୍କବାଦୀ ମାନେ ଏହି ସ୍ଥାନରୁ ହିଁ ପୁଲିସ,ସୁରକ୍ଷାବାହିନୀ ଉପରେ ନଜର ରଖିଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ କାୟା ବିସ୍ତାର କରୁଥିଲେ ବୋଲି ଜଣାପଡ଼ିଛି। Incriminating material of proscribed outfit Lashker-e-Taiba and […]

terrorist-camp

Subhransu Sekhar
  • Published: Sunday, 10 January 2021
  • , Updated: 10 January 2021, 09:34 PM IST

ଶ୍ରୀନଗର: ରବିବାର ଆତଙ୍କବାଦୀଙ୍କ ଏକ ଠିକଣା ଠାବ କରିଛି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ଗୁହାଳ କରେ ଥିବା ଲଶ୍କର-ଏ-ତାଇବାର ଠିକଣାକୁ ଖୋଜି ବାହାର କରିଛନ୍ତି ସୁରକ୍ଷା ବଳ। ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅଭଯୋଗରେ ଜଣଙ୍କୁ ଗିରଫ୍ କରିଛି ପୁଲିସ। ଆତଙ୍କବାଦୀ ମାନେ ଏହି ସ୍ଥାନରୁ ହିଁ ପୁଲିସ,ସୁରକ୍ଷାବାହିନୀ ଉପରେ ନଜର ରଖିଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ କାୟା ବିସ୍ତାର କରୁଥିଲେ ବୋଲି ଜଣାପଡ଼ିଛି।

https://twitter.com/ANI/status/1348239163376558081?s=20

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କଶ୍ମୀରର ଅବନ୍ତୀପୁରା ଅଞ୍ଚଳର ପାମ୍ପୋର ଗାଁରେ ଥିଲା ଆତଙ୍କବାଦୀଙ୍କ ଏହି ଗୁପ୍ତ ଠିକଣା। ପ୍ରଥମେ ସୁରକ୍ଷାକର୍ମୀ ଏ ବାବଦରେ ଗୁଇନ୍ଦା ଦ୍ୱାରା ସୂଚନା ପାଇଥିଲେ ପରେ ସର୍ଚ୍ଚ ଅପରେସନ କରି ଏହି ଗୁପ୍ତ ଠିକଣାକୁ ଖୋଜି ବାହାର କରିଥିଲେ। ଗିରଫ ବ୍ୟକ୍ତିର ନାମ ଆଦିଲ ଅହମ୍ମଦ ଶାହା। ସେ ଚାନ୍ଦରା ପାମ୍ପୋରର ବାସିନ୍ଦା।

ପୁଲିସ ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବୁନ୍ଧକ ସହିତ ୨୬ଟି ଗୁଳି ପ୍ୟାକେଟ୍ ସମେତ ଅନେକ ଗୋଳା ବାରୁଦ ଜବତ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

Related story