ଚାଇନା ସହ ସୀମାରେ କେମିତି ଅଛି ସ୍ଥିତି, ସୂଚନା ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଚାଇନା ସହ ସୀମାରେ ଭାରତର ସମ୍ପର୍କ କେମତି ରହିଛି, ସେ ବିଷୟରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ। ବର୍ତ୍ତମାନ ସୀମାର ସ୍ଥିତି ଠିକ ନାହିଁ। ତଥାପି ସେଠାରେ କୌଣସି ଯୁଦ୍ଧ କିମ୍ବା ଶାନ୍ତି ପରିସ୍ଥିତି ସୃଷ୍ଟି ହୋଇନାହିଁ। ଚାଇନା ସହ ପୂର୍ବ ଲଦାଖ ସୀମାରେ ବିବାଦ ଲାଗି ରହିଥିବା ବେଳେ ବାୟୁସେନା ମୁଖ୍ୟ ଭଦୌରିଆଙ୍କ ‘ନୋ ୱାର ନୋ ପିସ୍‌’ ବୟାନ ବେଶ ଗୁରୁତ୍ୱ ବହନ କରୁଛି। ଏକ କନଫରେନ୍ସରେ ବୟାନ ଦେଇ […]

sd

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 04:26 PM IST

ନୂଆଦିଲ୍ଲୀ: ଚାଇନା ସହ ସୀମାରେ ଭାରତର ସମ୍ପର୍କ କେମତି ରହିଛି, ସେ ବିଷୟରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ। ବର୍ତ୍ତମାନ ସୀମାର ସ୍ଥିତି ଠିକ ନାହିଁ। ତଥାପି ସେଠାରେ କୌଣସି ଯୁଦ୍ଧ କିମ୍ବା ଶାନ୍ତି ପରିସ୍ଥିତି ସୃଷ୍ଟି ହୋଇନାହିଁ। ଚାଇନା ସହ ପୂର୍ବ ଲଦାଖ ସୀମାରେ ବିବାଦ ଲାଗି ରହିଥିବା ବେଳେ ବାୟୁସେନା ମୁଖ୍ୟ ଭଦୌରିଆଙ୍କ ‘ନୋ ୱାର ନୋ ପିସ୍‌’ ବୟାନ ବେଶ ଗୁରୁତ୍ୱ ବହନ କରୁଛି।

ଏକ କନଫରେନ୍ସରେ ବୟାନ ଦେଇ ଭଦୌରିଆ କହିଛନ୍ତି, ଭାରତୀୟ ବାୟୁସେନା ସୀମାରେ ସୃଷ୍ଟି ହୋଇଥିବା ସ୍ଥିତି ବାବଦରେ ବେଶ ସତର୍କ ରହିଛି। ବାୟୁସେନାର ଯବାନମାନେ ବେଶ ସଚେତନ ରହିବା ସହ ଶତ୍ରୁ ପକ୍ଷର ସମସ୍ତ ହରକତର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି।

ବର୍ତ୍ତମାନ ଆମ ସୀମାରେ ନୋ ୱାର ନୋ ପିସ୍‌ ଭଳି ଏକ ଅସହଜ ପରିସ୍ଥିତି ସୃଷ୍ଟି ହୋଇଛି। ଆମ ପ୍ରତିରକ୍ଷା ଫୋର୍ସ ସମସ୍ତ ପ୍ରକାରର କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସତର୍କ ହୋଇ ରହିଛି। ଆମ ସେନା ପାଖରେ ଶତ୍ରୁପକ୍ଷକୁ ମାତ ଦେବାକୁ ସବୁ ପ୍ରକାରର କ୍ଷମତା ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ବାୟୁସେନାରେ ରାଫେଲ ଜେଟ୍‌ ସାମିଲ ହୋଇଛି। ପୂର୍ବରୁ ସି-୧୭ ଗ୍ଲୋବେମାଷ୍ଟର ଯୁଦ୍ଧ ବିମାନ ଅଣା ଯାଇଥିଲା। ଏହାବାଦ ଚିନୁକ୍‌ ଓ ଆପେଚି ଭଲି ଯୁଦ୍ଧ ହେଲିକପ୍ଟର ଭାରତ ପାଖରେ ରହିଛି। ଏହି ସବୁ ଯୁଦ୍ଧ ବିମାନ ଓ ହେଲିକପ୍ଟର ଭାରତୀୟ ଯବାନଙ୍କ ଶକ୍ତିକୁ ଆହୁରି ବୃଦ୍ଧି କରିଛି।

ଯୁଦ୍ଧରେ ବିଜୟ ପାଇଁ ବାୟୁସେନାର ଶକ୍ତି ବଢ଼ିବା ଜରୁରୀ। ତେଣୁ ଭାରତୀୟ ବାୟୁସେନା ଦିନକୁ ଦିନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ଅଧିକାରୀ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

Related story