ସୀମା ମୁସ୍ତାଫା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ନୂଆ ସଭାପତି

ନୂଆଦିଲ୍ଲୀ: ଦି ସିଟିଜେନ ନାମକ ୱେବସାଇଟର ପ୍ରତିଷ୍ଠାତା ତଥା ସମ୍ପାଦକ ସୀମା ମୁସ୍ତାଫା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆସନ୍ତା ଗୋଟିଏ ବର୍ଷ ଯାଏ ଏହି ପଦବୀରେ ରହିବେ। ପ୍ରଥମଥର ପାଇଁ ଗିଲ୍ଡର ଅଫିସ ବ୍ୟାରିୟରଙ୍କୁ ନେଇ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ମୁସ୍ତାଫା ‘ଦି ସଣ୍ଡେ ଗାର୍ଡିଆନ୍‌’ର ସମ୍ପାଦକ ଏମଡି ନାଲାପତଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ସୀମାଙ୍କ ସପକ୍ଷରେ ୮୭ ଖଣ୍ଡ […]

a

Hemant Lenka
  • Published: Saturday, 17 October 2020
  • , Updated: 17 October 2020, 03:47 PM IST

ନୂଆଦିଲ୍ଲୀ: ଦି ସିଟିଜେନ ନାମକ ୱେବସାଇଟର ପ୍ରତିଷ୍ଠାତା ତଥା ସମ୍ପାଦକ ସୀମା ମୁସ୍ତାଫା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆସନ୍ତା ଗୋଟିଏ ବର୍ଷ ଯାଏ ଏହି ପଦବୀରେ ରହିବେ। ପ୍ରଥମଥର ପାଇଁ ଗିଲ୍ଡର ଅଫିସ ବ୍ୟାରିୟରଙ୍କୁ ନେଇ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ମୁସ୍ତାଫା ‘ଦି ସଣ୍ଡେ ଗାର୍ଡିଆନ୍‌’ର ସମ୍ପାଦକ ଏମଡି ନାଲାପତଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ସୀମାଙ୍କ ସପକ୍ଷରେ ୮୭ ଖଣ୍ଡ ଭୋଟ ପଡ଼ିଥିବା ବେଳେ ନାଲାପତଙ୍କୁ ୫୧ଟି ଭୋଟ ମିଳିଥିଲା।

ସେହିପରି ସଞ୍ଜୟ କପୁର ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ କପୁର ଏବେ ହାର୍ଡ ନ୍ୟୁଜ ମ୍ୟାଗାଜିନର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏଏନଆଇର ସ୍ମିତା ପ୍ରକାଶଙ୍କୁ ୪୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସଞ୍ଜୟଙ୍କ ସପକ୍ଷରେ ୯୦ଟି ଭୋଟ ପଡ଼ିଥିବା ବେଳେ ସ୍ମିତାଙ୍କୁ ମାତ୍ର ୪୦ ଜଣ ଭୋଟ ଦେଇଥିଲେ। ଦି କାରାଭାନର ସମ୍ପାଦକ ଅନନ୍ତ ନାଥ ନିର୍ନ୍ଦ୍ୱନ୍ଦ୍ୱରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର କୋଷାଧ୍ୟକ୍ଷ ହୋଇଛନ୍ତି।

ଏହି ୩ ଜଣ ଦି ପ୍ରିଣ୍ଟର ଶେଖର ଗୁପ୍ତା, ବିଜନେସ ଷ୍ଟାର୍ଣ୍ଡାଣ୍ଡର ଏକେ ଭଟ୍ଟାଚାର୍ଯ୍ୟ ଓ ନ୍ୟୁଜ ଏକ୍ସର ଶୀଲା ଭଟ୍ଟଙ୍କ ସ୍ଥାନ ନେଇଛନ୍ତି।

Related story