କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଦେଲେ ବିଧାୟକ

ମୁମ୍ବାଇ: ସର୍ବଦା ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚିନ୍ତା ବଢ଼ିଛି। ସେ କରିଥିବା ଗୋଟିଏ ଟ୍ୱିଟକୁ ନେଇ ଶିବସେନାର ବିଧାୟକ ପ୍ରତାପ ସାରନାଏକ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପଠାଇଛନ୍ତି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତାପଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ବିଧାୟକ ପ୍ରତାପଙ୍କ ଘରୁ ପାକିସ୍ତାନ କ୍ରେଡିଟ୍‌ କାର୍ଡ ଇଡି ଜବତ କରିଛି। ଏଥିରେ କୌଣସି ସତ୍ୟତା ନଥିବାରୁ […]

k

Hemant Lenka
  • Published: Monday, 14 December 2020
  • , Updated: 14 December 2020, 05:03 PM IST

ମୁମ୍ବାଇ: ସର୍ବଦା ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚିନ୍ତା ବଢ଼ିଛି। ସେ କରିଥିବା ଗୋଟିଏ ଟ୍ୱିଟକୁ ନେଇ ଶିବସେନାର ବିଧାୟକ ପ୍ରତାପ ସାରନାଏକ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ପଠାଇଛନ୍ତି। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତାପଙ୍କ ଘରେ ଚଢ଼ଉ କରିଥିଲା।

ଏହି ସମୟରେ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ବିଧାୟକ ପ୍ରତାପଙ୍କ ଘରୁ ପାକିସ୍ତାନ କ୍ରେଡିଟ୍‌ କାର୍ଡ ଇଡି ଜବତ କରିଛି। ଏଥିରେ କୌଣସି ସତ୍ୟତା ନଥିବାରୁ କଙ୍ଗନାଙ୍କ ନାଁରେ ପ୍ରତାପ ସ୍ୱାଧିକାର ନୋଟିସ୍‌ କରିଛନ୍ତି ଓ ପ୍ରିନ୍ସିପାଲ ସଚିବଙ୍କୁ ଏହାକୁ ତୁରନ୍ତ ସ୍ୱାଧିକାର ମାମଲାର ବିଚାର କରୁଥିବା କମିଟି ନିକଟକୁ ପଠାଇବାକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ବେଳେ କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆସିଥିଲା। ସେତେବେଳେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରିଥିଲେ।

Related story