ସେନା ପୂର୍ବରୁ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି: ଏସ୍.ଜୟଶଙ୍କର

ଜମ୍ମୁ: ଆତଙ୍କବାଦ ବିରୋଧରେ ପୂର୍ବରୁ ମଧ୍ୟ ନିୟନ୍ତ୍ରଣ ରେଖା ଆରପଟେ ଅଭିଯାନ କରାଯାଇଛି। ତେବେ ଏହି ଅଭିଯାନ ଏକ ନିର୍ଦ୍ଦିଷ୍ଟ ଟାର୍ଗେଟ ଓ ସୀମିତ କ୍ଷମତାର ଅଭିଯାନ ଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ହେଉଛି ପ୍ରଥମ ଘଟଣା ଯାହାକୁ ସରକାର କୂଟନୈତିକ ଉପାୟରେ ସାର୍ବଜନୀନ କରିଛନ୍ତି। ଗତକାଲି ସଂସଦୀୟ ପ୍ୟାନେଲକୁ ସୂଚନା ଦେବା ବେଳେ ବୈଦେଶିକ ସଚିବ ଏସ୍. ଜୟଶଙ୍କର କହିଛନ୍ତି। ସେ କହିଛନ୍ତି, “ସେପ୍ଟେମ୍ବର ୨୯ ସର୍ଜିକାଲ ଷ୍ଟ୍ରାଇକ୍ ପରେ ମଧ୍ୟ ଭାରତ ପାକିସ୍ତାନ ସହ ଆଲୋଚନା […]

army

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 02:05 PM IST

ଜମ୍ମୁ: ଆତଙ୍କବାଦ ବିରୋଧରେ ପୂର୍ବରୁ ମଧ୍ୟ ନିୟନ୍ତ୍ରଣ ରେଖା ଆରପଟେ ଅଭିଯାନ କରାଯାଇଛି। ତେବେ ଏହି ଅଭିଯାନ ଏକ ନିର୍ଦ୍ଦିଷ୍ଟ ଟାର୍ଗେଟ ଓ ସୀମିତ କ୍ଷମତାର ଅଭିଯାନ ଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ହେଉଛି ପ୍ରଥମ ଘଟଣା ଯାହାକୁ ସରକାର କୂଟନୈତିକ ଉପାୟରେ ସାର୍ବଜନୀନ କରିଛନ୍ତି। ଗତକାଲି ସଂସଦୀୟ ପ୍ୟାନେଲକୁ ସୂଚନା ଦେବା ବେଳେ ବୈଦେଶିକ ସଚିବ ଏସ୍. ଜୟଶଙ୍କର କହିଛନ୍ତି।

ସେ କହିଛନ୍ତି, “ସେପ୍ଟେମ୍ବର ୨୯ ସର୍ଜିକାଲ ଷ୍ଟ୍ରାଇକ୍ ପରେ ମଧ୍ୟ ଭାରତ ପାକିସ୍ତାନ ସହ ଆଲୋଚନା ଜାରି ରଖିଛି କିନ୍ତୁ ଭବିଷ୍ୟତକୁ ନେଇ ଏହାର କୌଣସି ନୀତି ପ୍ରସ୍ତୁତ ହୋଇ ନାହିଁ।

ଜୟଶଙ୍କରଙ୍କ ଏହି ମନ୍ତବ୍ୟକୁ ବହୁ ଗୁରୁତ୍ୱ ରଖୁଛି। ୟୁପିଏ ସରକାର ସମୟରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ ହୋଇଥିବା କଂଗ୍ରେସ ଦାବିକୁ ଗତ ସପ୍ତାହ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଅସ୍ୱୀକାର କରିଥିଲେ।

Related story