ଆଚ୍‌ରକେରଙ୍କୁ ମିଳିଲାନି ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି, ସରକାରୀ କାର୍ଯ୍ୟକ୍ରମ ବୟକଟ୍‌ କରିବେ କି ସଚିନ୍‌?

ମୁମ୍ବାଇ: ବୁଧବାର କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ଆଦ୍ୟଗୁରୁ ରମାକାନ୍ତ ଆଚରେକରଙ୍କର ଦେହାନ୍ତ ହୋଇଯାଇଛି। କିନ୍ତୁ ଏଥିରେ ସମଗ୍ର ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ନ ଦିଆଯିବାକୁ ପ୍ରସଙ୍ଗ କରିଛି ଶିବସେନା। ଏନେଇ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସରକାରକୁ ଟାର୍ଗେଟ୍‌ କରିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ। ସଞ୍ଜୟ ସଚିନ୍‌ଙ୍କୁ ଆହ୍ୱାନ କରିଛନ୍ତି ସେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବୟକଟ୍‌ କରନ୍ତୁ। ସଞ୍ଜୟ ଟ୍ୱିଟ୍‌ କରି ଏହି ପ୍ରସଙ୍ଗରେ କହିଛନ୍ତି, “ପଦ୍ମଶ୍ରୀ […]

achrekar

Subrat Kumar Nayak
  • Published: Friday, 04 January 2019
  • , Updated: 04 January 2019, 10:28 AM IST

ମୁମ୍ବାଇ: ବୁଧବାର କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ଆଦ୍ୟଗୁରୁ ରମାକାନ୍ତ ଆଚରେକରଙ୍କର ଦେହାନ୍ତ ହୋଇଯାଇଛି। କିନ୍ତୁ ଏଥିରେ ସମଗ୍ର ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ନ ଦିଆଯିବାକୁ ପ୍ରସଙ୍ଗ କରିଛି ଶିବସେନା। ଏନେଇ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସରକାରକୁ ଟାର୍ଗେଟ୍‌ କରିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ।

ସଞ୍ଜୟ ସଚିନ୍‌ଙ୍କୁ ଆହ୍ୱାନ କରିଛନ୍ତି ସେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବୟକଟ୍‌ କରନ୍ତୁ। ସଞ୍ଜୟ ଟ୍ୱିଟ୍‌ କରି ଏହି ପ୍ରସଙ୍ଗରେ କହିଛନ୍ତି, “ପଦ୍ମଶ୍ରୀ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ଆଚରେକରଙ୍କୁ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି କାହିଁକି ଦିଆଗଲାନି? ଏହା ଆଚରେକରଙ୍କର ଅସମ୍ମାନ। ତେନ୍ଦୁଲକର ଏବେଠାରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବୟକଟ୍‌ କରିବା ଉଚିତ।”

ଗୁରୁବାର ଆଚରେକରଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିବା ଜଣେ ବରିଷ୍ଠ ମନ୍ତ୍ରୀ ପ୍ରକାଶ ମେହଟା କହିଥିଲେ, ସରକାରୀ ସ୍ତରରେ ସମନ୍ୱୟ ରକ୍ଷା ନହୋଇପାରିବାରୁ ଏପରି ସମସ୍ୟା ଉପୁଜିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଏପରି ପ୍ରସିଦ୍ଧ ତଥା ମହାନ୍‌ ଗୁରୁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ନକରାଯିବା ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣା। ଅନ୍ୟପକ୍ଷରେ ଶିବସେନାର ମୁଖପତ୍ର ‘ସାମ୍ନା’ରେ କୁହାଯାଇଛି, ସରକାରଙ୍କ ଏପରି ଉଦାସୀନତା କଷ୍ଟକର ଏବଂ ଯନ୍ତ୍ରଣାଦାୟକ।

Related story