ଅନ୍ତଃବସ୍ତ୍ରରେ ଟଙ୍କା ରଖିଥିଲେ ସାଂସଦ, ଧରା ପଡ଼ିବା ପରେ ଇସ୍ତଫା ଦେଲେ

ବୋଗୋଟା: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ବଢ଼ି ଚାଲିଛି। ଏହାର ମୁକାବିଲା ପାଇଁ ଦିଆଯାଇଥିବା ଅନୁଦାନରେ ହେରଫେର ହୋଇଥିବା ସାମ୍ନାକୁ ଆସିଛି। ବ୍ରାଜିଲରେ ଏଭଳି ଟଙ୍କା ହେରଫେର ବା ଦୁର୍ନୀତି ସାମ୍ନାକୁ ଆସିଛି। ଦୁର୍ନୀତି ନିବାରଣ ବିଭାଗ ଏ ନେଇ ଅଭିଯୋଗ କରିବା ପରେ ଜଣେ ସାଂସଦଙ୍କ ଘରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ବିଭାଗ। ରେଡ୍ କରିବା ବେଳେ ସାଂସଦ ଚିକୋ ରୋଡ୍ରିଗସଙ୍କ ଅନ୍ତବସ୍ତ୍ରରୁ ବହୁ ପରିମାଣର ଟଙ୍କା ଜବତ ହୋଇଛି। ଭାରତୀୟ ମୁଦ୍ରାରେ […]

brazil leader

brazil leader

Subhransu Sekhar
  • Published: Friday, 16 October 2020
  • Updated: 16 October 2020, 07:49 PM IST

ବୋଗୋଟା: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ବଢ଼ି ଚାଲିଛି। ଏହାର ମୁକାବିଲା ପାଇଁ ଦିଆଯାଇଥିବା ଅନୁଦାନରେ ହେରଫେର ହୋଇଥିବା ସାମ୍ନାକୁ ଆସିଛି। ବ୍ରାଜିଲରେ ଏଭଳି ଟଙ୍କା ହେରଫେର ବା ଦୁର୍ନୀତି ସାମ୍ନାକୁ ଆସିଛି। ଦୁର୍ନୀତି ନିବାରଣ ବିଭାଗ ଏ ନେଇ ଅଭିଯୋଗ କରିବା ପରେ ଜଣେ ସାଂସଦଙ୍କ ଘରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ବିଭାଗ।

ରେଡ୍ କରିବା ବେଳେ ସାଂସଦ ଚିକୋ ରୋଡ୍ରିଗସଙ୍କ ଅନ୍ତବସ୍ତ୍ରରୁ ବହୁ ପରିମାଣର ଟଙ୍କା ଜବତ ହୋଇଛି। ଭାରତୀୟ ମୁଦ୍ରାରେ ଏହି ଟଙ୍କାର ପରିମାଣ ୩ ଲକ୍ଷ ୮୮ ହଜାର ଟଙ୍କା ବୋଲି କୁହାଯାଉଛି। ରୋଡ୍ରିଗସ୍ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରାଙ୍କ ସଂସଦର ସଦସ୍ୟ।

ବୁଧବାର ତାଙ୍କ ଘରେ ତଦନ୍ତ ଅଧିକାରୀମାନେ ରେଡ୍ କରିବା ବେଳେ ସାଂସଦଙ୍କ ଅନ୍ତଃବସ୍ତ୍ରରୁ ଏହି ସବୁ ଟଙ୍କା ଜବତ କରିଥିଲେ। ଏହାପରେ ଦେଶରେ କରୋନା ପାଣ୍ଠିରେ ଅନିୟମିତତା ଅଭିଯୋଗର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ରୋରିମା ରାଜ୍ୟରେ କରୋନା ମୁକାବିଲା ପାଇଁ ଆବଣ୍ଟିତ ପାଣ୍ଠିରୁ ସାଂସଦ ଦୁର୍ନୀତି କରିଥିବା ଜଣାପଡ଼ିଛି।

ରେଡ୍ ବେଳେ କଣ ଜବତ ହୋଇଛି ସେ ବାବଦରେ ସାଂସଦ ଜଣଙ୍କ କିଛି କହି ନାହାନ୍ତି। ହେଲେ ଜବାବରେ ସେ କହିଛନ୍ତି, ମୋତେ ବଦନାମ କରିବା ପାଇଁ ଏହା ଷଡ଼ଯନ୍ତ୍ର। ତେଣୁ ସେ ସାଂସଦ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଏହି ଘଟଣାରେ ରାଷ୍ଟ୍ରପତି ବୋଲସନାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମ ସମଗ୍ର ଘଟଣାକୁ ବଢ଼େଇ ଚଢ଼େଇ କହୁଛି ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ତୁରନ୍ତ ସରକାରଙ୍କ ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ବୋଲସାନାରୋ ୨୦୧୮ରେ କ୍ଷମତାକୁ ଆସିଥିଲେ। କିନ୍ତୁ ଗତ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ସରକାର ଦୁର୍ନୀତିର ଅନେକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏପରିକି ତାଙ୍କ ପୁଅ ଫ୍ଲାଭିଓ ଦୁର୍ନୀତିର ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos