'ଦେଶଦ୍ରୋହ ସନ୍ଦେହ' ଅଭିଯୋଗରେ ଆଇପିଏସ ଅଫିସର ନିଲମ୍ୱିତ

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାର ଡିଜିପି ରାଙ୍କର ଆଇପିଏସ ଅଧିକାରୀ ଏବି ଭେଙ୍କେଟେଶ୍ୱର ରାଓଙ୍କୁ ‘ଦେଶଦ୍ରୋହ ସନ୍ଦେହ’ରେ ନିଲମ୍ୱନ କରିଛନ୍ତି। ଏବି ଭେଙ୍କେଟେଶ୍ୱର ରାଓ ରାଜ୍ୟର ଗୁଇନ୍ଦା ବିଭାଗର ପ୍ରମୁଖ ଥିଲେ। ଏହି ଆଇପିଏସ ଅଫିସର ଗୋପନୀୟ ତଥ୍ୟ ଲିକ୍ କରିଥିବା ସନ୍ଦେହ ପ୍ରକାଶ କରି ଜଗନ ରେଡ୍ଡୀ ସରକାର ତାଙ୍କୁ ନିଲମ୍ୱନ କରିଛନ୍ତି। ଏବେ ମାମଲାର ତଦନ୍ତ ଚାଲିଛି। ମୁଖ୍ୟ ସଚିବ ନୀଲମ ସାହନୀ ପୁଲିସ ମହାନିର୍ଦ୍ଦେଶକ ଗୌତମ ସ୍ୱାଂଗଙ୍କ ରିପୋର୍ଟ ଆଧାରରେ ଏହି ନିଲମ୍ୱନ ଆଦେଶ […]

ips rao

Subhransu Sekhar
  • Published: Sunday, 09 February 2020
  • , Updated: 09 February 2020, 03:29 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାର ଡିଜିପି ରାଙ୍କର ଆଇପିଏସ ଅଧିକାରୀ ଏବି ଭେଙ୍କେଟେଶ୍ୱର ରାଓଙ୍କୁ 'ଦେଶଦ୍ରୋହ ସନ୍ଦେହ'ରେ ନିଲମ୍ୱନ କରିଛନ୍ତି। ଏବି ଭେଙ୍କେଟେଶ୍ୱର ରାଓ ରାଜ୍ୟର ଗୁଇନ୍ଦା ବିଭାଗର ପ୍ରମୁଖ ଥିଲେ। ଏହି ଆଇପିଏସ ଅଫିସର ଗୋପନୀୟ ତଥ୍ୟ ଲିକ୍ କରିଥିବା ସନ୍ଦେହ ପ୍ରକାଶ କରି ଜଗନ ରେଡ୍ଡୀ ସରକାର ତାଙ୍କୁ ନିଲମ୍ୱନ କରିଛନ୍ତି। ଏବେ ମାମଲାର ତଦନ୍ତ ଚାଲିଛି।

ମୁଖ୍ୟ ସଚିବ ନୀଲମ ସାହନୀ ପୁଲିସ ମହାନିର୍ଦ୍ଦେଶକ ଗୌତମ ସ୍ୱାଂଗଙ୍କ ରିପୋର୍ଟ ଆଧାରରେ ଏହି ନିଲମ୍ୱନ ଆଦେଶ ଜାରି ହୋଇଛି। ରାଓ ଗୁଇନ୍ଦା ବିଭାଗର ପ୍ରମୁଖ ଥିବା ବେଳେ ସୁରକ୍ଷା ଉପକରଣ କିଣିବା ବେଳେ ଅନିୟମିତତା କରିଥିବା ସରକାର ଅଭିଯୋଗ ଆଣିଛନ୍ତି।

୧୯୮୯ ବ୍ୟାଚର ଏହି ଆଇପିଏସ ଅଫିସର ଏବେ ବିଜୟଓ୍ୱାଡାରେ ନିୟୋଜିତ ହେବେ। ସରକାରଙ୍କ ବିନା ଅନୁମତିରେ ସେ ଏହି ସହରରୁ ଯାଇପାରିବେ ନାହିଁ ବୋଲି ନିଲମ୍ୱନ ଆଦେଶରେ ସରକାର ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଆଇପିଏସ ଅଫିସର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଶ୍ୱସ୍ଥ ଅଫିସର ଥିଲେ। ମେ ୩୦ରେ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ରାଓଙ୍କୁ ଗୁଇନ୍ଦା ପ୍ରମୁଖ ବିଭାଗରୁ ହଟାଇ ଦେଇଥିଲେ। ଏହାପରେ ତାଙ୍କୁ କୌଣସଲି ସ୍ଥାନରେ ନିୟୋଜିତ କରାଯାଇନଥିଲା।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇପିଏସ ଅଫିସର ରାଓ କହିଛନ୍ତି, ସତ ସବୁବେଳେ ସତ। ମୁଁ ଆଇନର ସମସ୍ତ ଦିଗ ଉପରେ ବିଚାର କରି ପଦକ୍ଷେପ ଗ୍ରହଣ କରିବି। ସରକାର ରାଓଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରିଛନ୍ତି ତାହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାଜ୍ୟର ବିରୋଧୀ ଦଳ ନେତା ତଥା ତେଲଗୁ ଦେଶମ ପାର୍ଟି କହିଛି।

Related story