ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ହଂସ ରାଜ ଭରଦ୍ୱାଜଙ୍କର ପରଲୋକ ହୋଇଛି। ରବିବାର ସନ୍ଧ୍ୟାରେ ହୃଦଘାତ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
ସେ ଗତ ବୁଧବାର କିଡନୀ ସମ୍ପର୍କିତ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଛି।
ନିଗମବୋଧ ଘାଟଠାରେ ସୋମବାର ଅପରାହ୍ଣ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଅରୁଣ ଭରଦ୍ୱାଜ କହିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ୨ ଜଣ ଝିଅ ଅଛନ୍ତି।