ମହଙ୍ଗା ପଡ଼ିଲା ଥାନାରେ ସାଧୁମାତାଙ୍କ ଆଶୀର୍ବାଦ ନେବା, ନିଲମ୍ବିତ ହେଲେ ପୁଲିସ୍‌ ବାବୁ

ନୂଆଦିଲ୍ଲୀ: ବିଭିନ୍ନ ଟେନ୍‌ସନ୍‌ରେ ଭାରାକ୍ରାନ୍ତ ହୋଇ ଥକି ପଡ଼ିଛନ୍ତି ପୁଲିସ୍‌ ବାବୁ। ଏବେ ତାଙ୍କର ନିଜ ଉପରେ ମଧ୍ୟ ଆଉ ଭରସା ପାଉନି। ତେଣୁ ଚାପରୁ ମୁକ୍ତି ପାଇଁ ଦିବ୍ୟ କୃପା ହିଁ ଏକମାତ୍ର ସାହାରା, ସେଥିପାଇଁ ପୁଲିସ୍‌ ବାବୁ ଆମର ସାଧୁମାତାଙ୍କର ଆଶୀର୍ବାଦ ନେଉଛନ୍ତି। ସିଏ ପୁଣି ଥାନା ଭିତରେ, ନିଜ ଅଫିସ୍‌ ଚେୟାର୍‌ ବସି। ଉପରେ ଦିଆଯାଇଥିବା ଫଟୋଟିକୁ ଦେଖନ୍ତୁ। କିପରି ପୁଲିସ୍‌ ବାବୁ ୟୁନିଫର୍ମ ପିନ୍ଧି ଆଖିମୁଦି ସାଧୁମାତାଙ୍କର ଦିବ୍ୟକୃପା ଲାଭ କରୁଛନ୍ତି। […]

police

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 08:17 PM IST

ନୂଆଦିଲ୍ଲୀ: ବିଭିନ୍ନ ଟେନ୍‌ସନ୍‌ରେ ଭାରାକ୍ରାନ୍ତ ହୋଇ ଥକି ପଡ଼ିଛନ୍ତି ପୁଲିସ୍‌ ବାବୁ। ଏବେ ତାଙ୍କର ନିଜ ଉପରେ ମଧ୍ୟ ଆଉ ଭରସା ପାଉନି। ତେଣୁ ଚାପରୁ ମୁକ୍ତି ପାଇଁ ଦିବ୍ୟ କୃପା ହିଁ ଏକମାତ୍ର ସାହାରା, ସେଥିପାଇଁ ପୁଲିସ୍‌ ବାବୁ ଆମର ସାଧୁମାତାଙ୍କର ଆଶୀର୍ବାଦ ନେଉଛନ୍ତି। ସିଏ ପୁଣି ଥାନା ଭିତରେ, ନିଜ ଅଫିସ୍‌ ଚେୟାର୍‌ ବସି।

ଉପରେ ଦିଆଯାଇଥିବା ଫଟୋଟିକୁ ଦେଖନ୍ତୁ। କିପରି ପୁଲିସ୍‌ ବାବୁ ୟୁନିଫର୍ମ ପିନ୍ଧି ଆଖିମୁଦି ସାଧୁମାତାଙ୍କର ଦିବ୍ୟକୃପା ଲାଭ କରୁଛନ୍ତି। ଗେରୁଆ ବସ୍ତ୍ର ପିନ୍ଧି ନିଜକୁ ସାଧୁମାତା ବୋଲାଉଥିବା ନମିତା ଆଚାର୍ଯ୍ୟ ନାମକ ଜଣେ ମହିଳା ପଛରେ ଛିଡ଼ା ହୋଇ ପୁଲିସ୍‌ ବାବୁଙ୍କ ମୁଣ୍ଡ ଉପରେ କୃପାର ଦୁଇହାତ ଖୋଲି ଆଶୀର୍ବାଦ ଦେଉଛନ୍ତି। ଏହି ଫଟୋଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ହୋଇଥିବା ଏହି ଫଟୋଟି ହେଉଛି ଦିଲ୍ଲୀର ଜନକପୁରୀ ଥାନାର ଇନ୍‌ଚାର୍ଜ ଥିବା  ଇନ୍ଦ୍ରପାଲ୍‌ଙ୍କର। ସେ ଅଫିସ୍‌ରେ ନମିତା ଆଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେବା ସମୟରେ ଫଟୋଟି ଉଠା ଯାଇଥିବା କୁହାଯାଉଛି। ଭାଇରାଲ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଅନେକ ଲୋକ ଏହାକୁ ସମାଲୋଚନା କରିଛନ୍ତି। ସେ ଡ୍ୟୁଟିରେ ଥାଇ ମଧ୍ୟ ଏପରି କାର୍ଯ୍ୟ  କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

 

 

Related story