ଆରଏସଏସ କର୍ମକର୍ତ୍ତାଙ୍କୁ କରୋନା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ଜଣେ ବରିଷ୍ଠ କର୍ମକର୍ତ୍ତା ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ନାଁ ବଲବୀର ସିଂହ। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଚଣ୍ଡିଗଡ଼ରେ ଥିବା ବେଳେ ହିଁ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ସେ କେମିତି ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହେଲେ, ତାହା ଜଣାପଡ଼ିନାହିଁ। ସେହିପରି ସେ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ, ତା’ର […]

dm

Hemant Lenka
  • Published: Tuesday, 09 June 2020
  • , Updated: 09 June 2020, 08:10 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ଜଣେ ବରିଷ୍ଠ କର୍ମକର୍ତ୍ତା ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ନାଁ ବଲବୀର ସିଂହ। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଚଣ୍ଡିଗଡ଼ରେ ଥିବା ବେଳେ ହିଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ତେବେ ସେ କେମିତି ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହେଲେ, ତାହା ଜଣାପଡ଼ିନାହିଁ। ସେହିପରି ସେ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ, ତା’ର ଛାନଭିନ ମଧ୍ୟ କରାଯାଇଛି। ବଲବୀରଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ଆଡ଼ୁ ସାମ୍ନାକୁ ଆସି ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।

ହେଲେ ଏଯାଏ କେହି ବି ନିଜ ପକ୍ଷରୁ କିଛି ବି ଘୋଷଣା କରିନାହାନ୍ତି। ଏଥିପାଇଁ ପ୍ରଶାସନ ଆକ୍ଟିଭ ସର୍ଭେଲାନ୍ସ ଦ୍ୱାରା ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ଏହାପୂର୍ବରୁ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିଆ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Related story