ଜଳକା କଲା ସେନସେକ୍ସ, ତିଆରି ହେଲା ନକାରାତ୍ମକ ରେକର୍ଡ

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ସର୍ବକାଳୀନ ରେକର୍ଡ କରିଛି। ଗୋଟିଏ ପଟେ କରୋନା ଭାଇରସ୍ ବ୍ୟବସାୟକୁ ଗଭୀର ପ୍ରଭାବିତ କରିଥିବାବେଳେ ବିଶ୍ୱସ୍ତରରେ ଅବିଶୋଧିତ ତୈଳ ଦର ହ୍ରାସ ପାଇବା ବୋଝ ଉପରେ ନଳିତ ସଦୃଶ ହୋଇଛି। ସେନସେକ୍ସର ଇତିହାସରେ ଆଜି ସୂଚକାଙ୍କ ଗୋଟିଏ ଦିନରେ ସବୁଠାରୁ ଅଧିକ ହ୍ରାସ ପାଇଛି। ଏହି ୩୦ ଶେୟାର ଇଣ୍ଡେକ୍ସରେ କାରବାର ୩୫,୬୩୪ରେ ଅର୍ଥାତ ୧,୯୪୧ କମ୍ରେ ଶେଷ ହୋଇଥିଲା। ଆରମ୍ଭରୁ ସର୍ବାଧିକ ୨,୪୬୭ ପଏଣ୍ଟ ହ୍ରାସ […]

Sensex

Sensex

Subrat Kumar Nayak
  • Published: Monday, 09 March 2020
  • Updated: 09 March 2020, 09:13 PM IST

Sports

Latest News

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ସର୍ବକାଳୀନ ରେକର୍ଡ କରିଛି। ଗୋଟିଏ ପଟେ କରୋନା ଭାଇରସ୍ ବ୍ୟବସାୟକୁ ଗଭୀର ପ୍ରଭାବିତ କରିଥିବାବେଳେ ବିଶ୍ୱସ୍ତରରେ ଅବିଶୋଧିତ ତୈଳ ଦର ହ୍ରାସ ପାଇବା ବୋଝ ଉପରେ ନଳିତ ସଦୃଶ ହୋଇଛି। ସେନସେକ୍ସର ଇତିହାସରେ ଆଜି ସୂଚକାଙ୍କ ଗୋଟିଏ ଦିନରେ ସବୁଠାରୁ ଅଧିକ ହ୍ରାସ ପାଇଛି।

ଏହି ୩୦ ଶେୟାର ଇଣ୍ଡେକ୍ସରେ କାରବାର ୩୫,୬୩୪ରେ ଅର୍ଥାତ ୧,୯୪୧ କମ୍ରେ ଶେଷ ହୋଇଥିଲା। ଆରମ୍ଭରୁ ସର୍ବାଧିକ ୨,୪୬୭ ପଏଣ୍ଟ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ ୫୦ ଶେୟାର ଇଣ୍ଡେକ୍ସ ନିଫ୍ଟିରେ ୫୩୮ ପଏଣ୍ଟ ହ୍ରାସ ପାଇ ୧୦,୪୫୧ ହୋଇଛି। ସୋମବାର ଘରୋଇ ବଜାରରେ ୬% ହ୍ରାସ ଘଟିଛି। ତୈଳଦରରେ ୩୦% ହ୍ରାସ ହେବା କାରଣରୁ ଏପରି ହୋଇଥିବା କୁହାଯାଉଛି। ବିଶ୍ୱର ସର୍ବବୃହତ ତୈଳ ରପ୍ତାନୀକାରୀ ସାଉଦି ଆରବ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବାପରେ ଏପରି ହୋଇଛି। ଏହା ହିଁ ଆଜିର ଝଟ୍କା ପାଇଁ ପ୍ରମୁଖ କାରଣ ବୋଲି କୁହାଯାଉଛି।

ସାଉଦି ଉତ୍ପାଦନ ବୃଦ୍ଧି କରିବା ପଛରେ ରହିଛି ରୁଷ୍ ସହ ତୈଳ ଦର ଯୁଦ୍ଧ। ଓପେକ୍ ଚୁକ୍ତିରେ ବିଫଳତା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି। ଅବିଶୋଧିତ ତୈଳ ଦରର ବେଞ୍ଚମାର୍କ କୁହାଯାଉଥିବା ବ୍ରେଣ୍ଟ କ୍ରୁଡ୍‌ରେ ବ୍ୟାରେଲ୍ ପ୍ରତି ଦର ୪୫ ଡଲାରରୁ ୩୧.୫୨ ଡଲାରକୁ ବା ୩୧% ହ୍ରାସ ପାଇଛି। ଏହା ଅବିଶୋଧିତ ତୈଳ ଦରରେ ଦ୍ୱିତୀୟ ସର୍ବାଧିକ ହ୍ରାସ। ଏହା ପୂର୍ବରୁ ୧୯୯୧ ମସିହା ଜାନୁଆରୀ ୧୭ରେ ୩୪.୮% ହ୍ରାସ ହୋଇଥିଲା।

ଏହାର ପ୍ରଭାବ ବିଭିନ୍ନ ଏସୀୟ ଦେଶ ସହ ସମଗ୍ର ବିଶ୍ୱରେ ପଡ଼ିଛି। ଜାପାନର ନିକ୍କେଇରେ ୪.୭% ହ୍ରାସ ହୋଇଥିବାବେଳେ ସାଂଘାଇର ବ୍ଲୁ ଚିପ୍ରେ ୨.୧% ହ୍ରାସ ହୋଇଛି। ସେହିଭଳି ଏସ୍‌ଜିଏକ୍ସ ନିଫ୍ଟିରେ ୨୪୨ ପଏଣ୍ଟ ହ୍ରାସ ଘଟି୧୦.୬୮୫.୨୦କୁ ହ୍ରାସ ହୋଇଛି। ଅଷ୍ଟ୍ରେଲିଆର କମୋଡିଟି ମାର୍କେଟ୍ରେ ୫% ହ୍ରାସ ଘଟିଛି।

ଆମେରିକାର ଡୋ’ ଜୋନ୍ସରେ ୪.୮୧% ବା ୧,୨୪୦ ପଏଣ୍ଟ ହ୍ରାସ ପାଇ ୨୪,୫୪୯କୁ ହ୍ରାସ ପାଇଛି। ୱାଲ ଷ୍ଟ୍ରୀଟ୍ରେ ଏସ୍ ଆଣ୍ଡ ପି ୫୦୦ ୪% ହ୍ରାସ ପାଇବା ଆକଳନ କରାଯାଉଛି। ସେହିଭଳି ୟୁକେରେ ଏଫ୍ଟିଏସ୍ଇ ୩.୬% ହ୍ରାସ ପାଇବା ଆଶଙ୍କା କରାଯାଉଛି।

୨୦୦୮ ମସିହାର ଆର୍ଥିକ ସଙ୍କଟ ଭଳି ୨୦୨୦ରେ ସୃଷ୍ଟି ହୋଇଛି। ଏହାର ଅନ୍ୟତମ କାରଣ ହେଉଛି କରୋନା ଭାଇରସ୍‌ର ପ୍ରବଳ ପ୍ରକୋପ। ଏହା କେବଳ ସାଧାରଣ ଲୋକଙ୍କୁ ଡରାଇନି, ବରଂ ବଡ଼ ବଡ଼ ନିବେଶକଙ୍କ ନିଦ ହଜାଇ ଦେଇଛି। ବିଭିନ୍ନ ଦେଶ, ବିଭିନ୍ନ ବ୍ୟବସାୟ ଏବଂ ବିଭିନ୍ନ ସପ୍ଲାଇ ଚେନ୍ ଆଦି ବର୍ତ୍ତମାନ କରୋନା ମାଡ଼ରେ ଭୟଭୀତ। ପରିବହନରେ କଟକଣା କାରଣରୁ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହେଉଛି।

ସେହିଭଳି ୟେସ୍ ବ୍ୟାଙ୍କ ପ୍ରସଙ୍ଗ ମଧ୍ୟ ଭାରତ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ସମୟ ବିତିବା ସହ ଏହା ଅନ୍ୟ ବ୍ୟବସାୟକୁ ପ୍ରଭାବିତ କରିବାରେ ଲାଗିଛି। ଆଜି ଏହି କାରଣରୁ ପ୍ରଭାବିତ ବଡ଼ ବଡ଼ କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ଏବଂ ଓଏନ୍‌ଜିସି ଯଥାକ୍ରମେ ୧୩% ଏବଂ ୧୬% କ୍ଷତି ସହିଛନ୍ତି। ସେହିଭଳି ଇଣ୍ଡସଇଣ୍ଡ ବ୍ୟାଙ୍କ ୧୨% କ୍ଷତି ସହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story