ବିଚ୍ଛିନ୍ନତାବାଦୀ ଆତଙ୍କବାଦ ପାଇଁ ନିଜ ଲୋକଙ୍କୁ ହରାଇନାହାନ୍ତି: ଜମ୍ମୁ-କଶ୍ମୀର ରାଜ୍ୟପାଳ

ଶ୍ରୀନଗର: ମଙ୍ଗଳବାର ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହୁରିୟାତ୍‌, ମୁଖ୍ୟସ୍ରୋତ ନେତା ଏବଂ ଧାର୍ମିକ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ସାଧାରଣ ପରିବାରର ପିଲାମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଜୀବନ ବାଜିରେ ଲଗାଯାଉଛି। କିନ୍ତୁ ଏମାନେ କେବେ ଆତଙ୍କବାଦ କାରଣରୁ ନିଜ ପିଲାମାନଙ୍କୁ ହରାଇନାହାନ୍ତି। ସେ କହିଛନ୍ତି, “ସେ ହୁରିୟାତ୍‌ ନେତା ହୁଅନ୍ତୁ, ମୌଲବୀ ବା ମୁଖ୍ୟସ୍ରୋତର ନେତା ହୁଅନ୍ତୁ ଏମାନଙ୍କ ପିଲାମାନେ କେହି ଆତଙ୍କବାଦରେ ମରନ୍ତିନି। ଏମାନଙ୍କ ପିଲାମାନେ ବାହାରେ ପଢ଼ନ୍ତି ଏବଂ ଭଲରେ […]

satyapal

Subrat Kumar Nayak
  • Published: Tuesday, 22 October 2019
  • , Updated: 22 October 2019, 08:53 PM IST

ଶ୍ରୀନଗର: ମଙ୍ଗଳବାର ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହୁରିୟାତ୍‌, ମୁଖ୍ୟସ୍ରୋତ ନେତା ଏବଂ ଧାର୍ମିକ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ସାଧାରଣ ପରିବାରର ପିଲାମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଜୀବନ ବାଜିରେ ଲଗାଯାଉଛି। କିନ୍ତୁ ଏମାନେ କେବେ ଆତଙ୍କବାଦ କାରଣରୁ ନିଜ ପିଲାମାନଙ୍କୁ ହରାଇନାହାନ୍ତି।

ସେ କହିଛନ୍ତି, “ସେ ହୁରିୟାତ୍‌ ନେତା ହୁଅନ୍ତୁ, ମୌଲବୀ ବା ମୁଖ୍ୟସ୍ରୋତର ନେତା ହୁଅନ୍ତୁ ଏମାନଙ୍କ ପିଲାମାନେ କେହି ଆତଙ୍କବାଦରେ ମରନ୍ତିନି। ଏମାନଙ୍କ ପିଲାମାନେ ବାହାରେ ପଢ଼ନ୍ତି ଏବଂ ଭଲରେ ଅଛନ୍ତି। ସେମାନେ କେବଳ ସାଧାରଣ ପିଲାଙ୍କୁ ଜନ୍ନତ ଏବଂ ଆଲ୍ଲାଙ୍କ ନାମରେ ପ୍ରଭାବିତ କରିଥା’ନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ନେତା, ରାଜନୀତିକ ବ୍ୟକ୍ତି, ପ୍ରଶାସକ ଏବଂ କ୍ଷମତାଶାଳୀ ବ୍ୟକ୍ତି ବହୁତ ସ୍ୱପ୍ନକୁ ଛିନ୍‌ଭିନ୍‌ କରିବା ସହ ଅନେକ ଯୁବକଙ୍କ ଜୀବନ ନଷ୍ଟ କରିଛନ୍ତି। ବହୁ ବର୍ଷ ଧରି ଏମିତି ଚାଲିଆସିଛି। ସାଧାରଣ ପିଲାଙ୍କୁ ସ୍ୱର୍ଗର ରାସ୍ତା ଦେଖାଇ ମରିବାକୁ ଛାଡ଼ିଦିଆଯାଉଛି।”

ସେ କଶ୍ମିରୀମାନଙ୍କୁ ଆହ୍ୱାନ କରିଛନ୍ତି, “ତୁମ ସାଙ୍ଗରେ ବିଶ୍ୱର ସବୁଠାରୁ ସୁନ୍ଦର ଭାଗ ରହିଛି। ନିଜ ଭାଗ୍ୟର ନିଜେ ମାଲିକ ହୁଅ। ଦିଲ୍ଲୀ ତୁମଠାରୁ ଏସବୁ ଛଡ଼ାଇ ନେଉନି। ଦିଲ୍ଲୀ ତୁମମାନଙ୍କ ପାଇଁ ଧନଭଣ୍ଡାର ଖୋଲିଦେଇଛି। ତେଣୁ ବିକାଶରେ ସାମିଲ ହୁଅ ଏବଂ ପ୍ରଗତି ପଥରେ ଆଗେଇ ଯାଅ।”

Related story