ଅଗ୍ନିକାଣ୍ଡରେ ସେରମର ହୋଇଛି ୧୦୦୦ କୋଟିର କ୍ଷତି: ପୁନାୱାଲା

ପୁଣେ: ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ସଂସ୍ଥା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି  ହୋଇଛି। ଆଜି କ୍ଷୟକ୍ଷତି ସମ୍ପର୍କରେ ସେରମର ମୁଖ୍ୟ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ସେରମ ଇନଷ୍ଟିଚ୍ୟୁଟ ପ୍ରାୟ ୧୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି। କମ୍ପାନୀ ପକ୍ଷରୁ ଅଧିକ ଟିକା ଉତ୍ପାଦନ ପାଇଁ ନୂଆ ଲାଇନ […]

uz

Hemant Lenka
  • Published: Friday, 22 January 2021
  • , Updated: 22 January 2021, 09:10 PM IST

ପୁଣେ: ବିଶ୍ୱର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ସଂସ୍ଥା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି  ହୋଇଛି। ଆଜି କ୍ଷୟକ୍ଷତି ସମ୍ପର୍କରେ ସେରମର ମୁଖ୍ୟ ଅଦର ପୁନାୱାଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ସେରମ ଇନଷ୍ଟିଚ୍ୟୁଟ ପ୍ରାୟ ୧୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛି। କମ୍ପାନୀ ପକ୍ଷରୁ ଅଧିକ ଟିକା ଉତ୍ପାଦନ ପାଇଁ ନୂଆ ଲାଇନ ପ୍ରସ୍ତୁତ କରାଯାଉଥିଲା। ହେଲେ ନିଆଁ ଲାଗିଯିବାରୁ ଏହି ଲାଇନ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆର୍ଥିକ ସ୍ତରରେ ଆମେ ବହୁତ କ୍ଷତି ସହିଛୁ। ନିଆଁରେ ପ୍ରାୟ ୧୦୦୦ କୋଟି ଟଙ୍କାର କ୍ଷତି ଘଟିଛି। ଆମର କୋଭିଡ ଟିକା ଉତ୍ପାଦନ ପ୍ରଭାବିତ ହୋଇନାହିଁ। କିନ୍ତୁ ନୂଆ ଉତ୍ପାଦନ କେନ୍ଦ୍ର ପାଉଁଶ ହୋଇଯାଇଛି। ପ୍ରକୃତ ଟିକା ଉତ୍ପାଦନ କେନ୍ଦ୍ରରେ ନିଆଁ ଲାଗିନି। ଭବିଷ୍ୟତରେ ଟିକା ଉତ୍ପାଦନ ହେବାକୁ ଥିବା ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ବୋଲି ସେ କହିଛନ୍ତି।

ସେରମ ଇନଷ୍ଟିଚ୍ୟୁଟ କ୍ୟାମ୍ପସର ମଞ୍ଜରୀ ଅଞ୍ଚଳରେ ଥିବା ନିର୍ମାଣାଧୀନ ବିଲଡିଂର ୪ର୍ଥ ଓ ୫ମ ମହଲାରେ ଗୁରୁବାର ୨.୪୫ରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିର୍ମାଣାଧୀନ ବିଲ୍ଡିଂଟି ଟର୍ମିନାଲ-୧ ପାଖରେ ରହିଛି। ସେହିପରି କରୋନା ଟିକା ଉତ୍ପାଦନ ଓ ସଂରକ୍ଷଣ ୟୁନିଟି ଠାରୁ ଏହା ଯଥେଷ୍ଟ ଦୂରରେ।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ୧୫ଟି ଅଗ୍ନିଶମ ଗାଡ଼ି ଦୀର୍ଘ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ବିଲଡିଂରେ ନିଆଁ ଲାଗିବା ବେଳେ ୧୨ରୁ ଅଧିକ ଲୋକ ଏହା ମଧ୍ୟରେ ରହିଥିଲେ। ହଠାତ୍ ନିଆଁ ଲାଗି ଯିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଅଗ୍ନିଶମ ଓ ଏନଡିଆରଏଫ ଟିମ୍ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ସେହିପରି ଆଉ ୫ ଜଣଙ୍କ ମୃତଦେହ ବିଲଡିଂ ମଧ୍ୟରୁ ମିଳିଛି।

ଅନ୍ୟପକ୍ଷରେ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସେରମ ଇନଷ୍ଟିଚ୍ୟୁଟରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଅଗ୍ନିକାଣ୍ଡରେ କୋଭିସିଲ୍ଡ କରୋନା ଟିକା କୌଣସି ପ୍ରକାରର ପ୍ରଭାବିତ ହୋଇ ନଥିବା ସେ କହିଛନ୍ତି।

Related story