ନୂଆଦିଲ୍ଲୀ: ଧୂମ୍ରପାନ କରୁଛନ୍ତି କି? ତେବେ ଛାଡ଼ିଦିଅନ୍ତୁ। ନଚେତ ଧୂଆଁ ପାଇଁ ଆପଣଙ୍କୁ ଅଧିକ ପଇସା ଦେବାକୁ ପଡ଼ିବ। କାରଣ ଆଜି ଜିଏସଟି କାଉନସିଲ ପକ୍ଷରୁ ସିଗାରେଟ ଉପରେ ଅଧିକ ସେସ୍ ଲାଗୁ କରାଯାଇଛି। ସିଗାରେଟ ଉପରେ ସର୍ବାଧିକ ୨୮ ପ୍ରତିଶତ ଟ୍ୟାକ୍ସ ଥିବା ବେଳେ ଆଜି ପୁଣି ଅଧିକ ୫ ପ୍ରତିଶତ ସେସ୍ ଭିଡ଼ାଯାଇଛି। ସିଗାରେଟ ତିଆରି ନେଇ ଉତ୍ପାଦନକାରୀମାନ କ୍ଷତି ସହିବାରୁ ଏହାକୁ ଟାଳିବା ପାଇଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ୪୮୫ରୁ ୭୯୨ ସିଗାରେଟ କାଠି ମଧ୍ୟରେ ଏହି ସେସ ଲାଗୁ ହେବ। ତେବେ ଏଥିରେ ବି ପ୍ରକାର ଭେଦ ରହିଛି। ସିଗାରେଟ ୬୫ ମିଲିମିଟର ଅର୍ଥାତ ୬.୫ସେମିଠାରୁ ଅଧିକ ହୋଇ ନଥିବା। ତେବେ ନୂଆ ସେସ୍ ପାଇଁ ସରକାର ଅଧିକ ୫ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ ବୋଲି ଆକଳନ ହୋଇଛି।