ମହାରାଷ୍ଟ୍ର ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା, ମାତ୍ର ଗୋଟିଏ ସିଟ୍‌ ଜିତିଲା

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଗତବର୍ଷ ବିଧାନସଭା ନିର୍ବାଚନରେ ଗାଦିଚ୍ୟୁତ ହୋଇଥିବା ବିଜେପି ଏବେ ବିଧାନ ପରିଷଦରେ ସମାନ ଦଶା ଭୋଗିଛି। ୬ ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ମାତ୍ର ଗୋଟିଏରେ ଜିତିଥିବା ବେଳେ କ୍ଷମତାରେ ଥିବା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ୪ଟିରେ ବାଜିମାତ କରିଛନ୍ତି। ସେହିପରି ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଣ୍ଟର ପ୍ରାର୍ଥୀ ୪ଟି ଆସନ ଜିତିଥିଲେ […]

gd

Hemant Lenka
  • Published: Friday, 04 December 2020
  • , Updated: 04 December 2020, 05:03 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଗତବର୍ଷ ବିଧାନସଭା ନିର୍ବାଚନରେ ଗାଦିଚ୍ୟୁତ ହୋଇଥିବା ବିଜେପି ଏବେ ବିଧାନ ପରିଷଦରେ ସମାନ ଦଶା ଭୋଗିଛି। ୬ ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ମାତ୍ର ଗୋଟିଏରେ ଜିତିଥିବା ବେଳେ କ୍ଷମତାରେ ଥିବା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ୪ଟିରେ ବାଜିମାତ କରିଛନ୍ତି। ସେହିପରି ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଣ୍ଟର ପ୍ରାର୍ଥୀ ୪ଟି ଆସନ ଜିତିଥିଲେ ହେଁ ଶିବସେନା ଏକାକୀ ଗୋଟିଏ ଆସନ ଜିତିନି। ଦଳ ଅମରାବତୀ ପାଇଁ ପ୍ରାର୍ଥୀ ଦେଇଥିଲା। ହେଲେ ଏଠାରେ ଶିବସେନା ପ୍ରାର୍ଥୀ ପରାସ୍ତ ହୋଇଛନ୍ତି।

ସେହିପରି ବିଜେପିର ଗଡ଼ କୁହାଯାଉଥିବା ନାଗପୁରରେ ଦଳ ପରାସ୍ତ ହୋଇଛି। ଏଠାରେ ଯେଉଁ ନିର୍ବାଚନ ହେଲେ ବି ବିଜେପି ଜିତୁଥିଲା। ସେହିପରି ପୁଣେରେ ବି ଦଳ ଜବରଦସ୍ତ ପ୍ରଚାର କରିଥିଲା। କିନ୍ତୁ ଏଠାରେ ମେଣ୍ଟର ପ୍ରାର୍ଥୀ ଜିତିଛନ୍ତି। ଫଳାଫଳ ପରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଆମ ଆଶା ତୁଳନାରେ ମହାରାଷ୍ଟ୍ର ବିଧାନ ପରିଷଦର ରେଜଲ୍ଟ ଆସିନାହିଁ।

ଆମେ ଅଧିକ ଆସନ ଜିତିବୁ ବୋଲି ଆଶା କରିଥିଲୁ। ହେଲେ ଆମ ଭାଗରେ ଗୋଟିଏ ଆସନ ପଡ଼ିଛି। ଆମେ ୩ଟି ଦଳର ମିଳିତ ଶକ୍ତିକୁ ଆକଳନ କରିବାରେ ଭୁଲ କରିଛୁ ବୋଲି ସେ କହିଛନ୍ତି।

Related story