ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ଦୁଷ୍କର୍ମ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହ ପାଇଁ ପ୍ରତିଶ୍ରୁତି ଦେଇ ବାହାଘର ପୂର୍ବରୁ ଯୌନ ସମ୍ପର୍କ ରଖିବା ଏବଂ ପରେ ବିବାହ ନ କରିବା ଦୁଷ୍କର୍ମ ଅପରାଧ ସହ ସମାନ। ଏଭଳି କାର୍ଯ୍ୟ ମହିଳାଙ୍କ ସମ୍ମାନ ପ୍ରତି କୁଠାରଘାତ ବୋଲି ଆଜି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଓ ଜଷ୍ଟିସ୍‌ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଦୁଷ୍କର୍ମ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନକୁ କ୍ଷତି ପହଞ୍ଚାଇଥାଏ। ତେବେ ଯଦି ପୀଡ଼ିତା ଓ ତାଙ୍କୁ ଦୁଷ୍କର୍ମ […]

tr

Hemant Lenka
  • Published: Monday, 15 April 2019
  • , Updated: 15 April 2019, 09:39 PM IST

ନୂଆଦିଲ୍ଲୀ: ବିବାହ ପାଇଁ ପ୍ରତିଶ୍ରୁତି ଦେଇ ବାହାଘର ପୂର୍ବରୁ ଯୌନ ସମ୍ପର୍କ ରଖିବା ଏବଂ ପରେ ବିବାହ ନ କରିବା ଦୁଷ୍କର୍ମ ଅପରାଧ ସହ ସମାନ। ଏଭଳି କାର୍ଯ୍ୟ ମହିଳାଙ୍କ ସମ୍ମାନ ପ୍ରତି କୁଠାରଘାତ ବୋଲି ଆଜି ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଓ ଜଷ୍ଟିସ୍‌ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଦୁଷ୍କର୍ମ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନକୁ କ୍ଷତି ପହଞ୍ଚାଇଥାଏ।

ତେବେ ଯଦି ପୀଡ଼ିତା ଓ ତାଙ୍କୁ ଦୁଷ୍କର୍ମ କରିଥିବା ବ୍ୟକ୍ତି ନିଜ ନିଜ ବ୍ୟକ୍ତିଗତ ଜୀବନରେ ସୁଖୀ ଅଛନ୍ତି ଏବଂ ସେମାନଙ୍କ ପରିବାରର ଠିକ୍‌ ଭାବେ ଦେଖାଶୁଣା କରୁଛନ୍ତି, ତା’ହେଲେ ଏହାକୁ ଏକ ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ।

ବର୍ତ୍ତମାନ ଆଧୁନିକ ସମାଜରେ ଏଭଳି ଘଟଣା ଘଟୁଛି। ଯଦି ବିବାହ ପ୍ରତିଶ୍ରୁତି ଦେଇ କେହି ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛି ଏବଂ ପରେ ବିବାହ କରୁନାହିଁ, ତା’ହେଲେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବ। ଯଦି ଏଭଳି ବିଚାର କରା ନ ଯାଏ, ତା’ହେଲେ ଏହା ମହିଳାଙ୍କ ମାନ ସମ୍ମାନକୁ କ୍ଷତି ପହଞ୍ଚାଇବ।”

ଜଣେ ମହିଳା ଛତିଶଗଡ଼ରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ୨୦୧୩ରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ବିଲାସପୁରରେ ରହୁଥିବା ମହିଳା ଜଣଙ୍କ ୨୦୦୯ରୁ ସଂପୃକ୍ତ ଡାକ୍ତରଙ୍କ ସହ ପ୍ରେମରେ ପଡ଼ିଥିଲେ। ଅଭିଯୁକ୍ତ ଡାକ୍ତର ଜଣଙ୍କ ମହିଳାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ।

ଏକଥା ପୀଡ଼ିତାଙ୍କ ପରିବାର ଲୋକ ମଧ୍ୟ ଜାଣିଥିଲେ। କିନ୍ତୁ ଏହା ସତ୍ତ୍ୱେ ଅଭିଯୁକ୍ତ ଡାକ୍ତର ଜଣଙ୍କ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହାଇକୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ବିବେଚନା କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ କହିଛନ୍ତି, “ଦୁଷ୍କର୍ମ ହେଉଛି ଅତ୍ୟନ୍ତ ଜଘନ୍ୟ ଶାରିରୀକ ଓ ମାନସିକ ଅପରାଧ। ଏହା ପୀଡ଼ିତାଙ୍କ ଶରୀର, ମାନସିକତା ଓ ଗୋପନୀୟତା ଉପରେ ଏକ ଆକ୍ରମଣ। ଯେମିତି ଜଣେ ହତ୍ୟାକାରୀ ପୀଡ଼ିତ/ପୀଡ଼ିତାଙ୍କ ଶାରୀରିକ ଫ୍ରେମକୁ ନଷ୍ଟ କରି ଦିଏ, ସେମିତି ଜଣେ ଦୁଷ୍କର୍ମକାରୀ ଜଣେ ଅସହାୟ ମହିଳାଙ୍କ ଆତ୍ମାକୁ କ୍ଷତି ପହଞ୍ଚାଇଥାଏ। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ସହମତି ଭିତ୍ତିରେ ଶାରିରୀକ ସମ୍ପର୍କ ରଖିଥିଲେ। ହେଲେ ସେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। ତେଣୁ ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବ। ଏହା ପୀଡ଼ିତାଙ୍କ ସହ ଠକେଇ କରିବା ସହ ସମାନ।”

ତେବେ କୋର୍ଟ ଅଭିଯୁକ୍ତଙ୍କ ଦଣ୍ଡକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରିଛନ୍ତି।

Related story