ଯୌନ ଉତ୍ପୀଡ଼ିତାଙ୍କ ଅଭିଯୋଗ ଶୁଣିଲେନି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଆଇଟି ସେଲ୍‌ର ଜଣେ ପୂର୍ବତନ ସଦସ୍ୟା ତାଙ୍କର ବରିଷ୍ଠ କର୍ମକର୍ତ୍ତାଙ୍କ ନାମରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୀଡ଼ିତା ଜଣକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏ ବିଷୟରେ କଂଗ୍ରେସ ଆଇଟି ସେଲ୍‌ ମୁଖ୍ୟ ଦିବ୍ୟା ସ୍ପନ୍ଦନାଙ୍କୁ ମଧ୍ୟ ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]

2575

2575

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 09:57 PM IST

ନୂଆଦିଲ୍ଲୀ: କଂଗ୍ରେସ ଆଇଟି ସେଲ୍‌ର ଜଣେ ପୂର୍ବତନ ସଦସ୍ୟା ତାଙ୍କର ବରିଷ୍ଠ କର୍ମକର୍ତ୍ତାଙ୍କ ନାମରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୀଡ଼ିତା ଜଣକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏ ବିଷୟରେ କଂଗ୍ରେସ ଆଇଟି ସେଲ୍‌ ମୁଖ୍ୟ ଦିବ୍ୟା ସ୍ପନ୍ଦନାଙ୍କୁ ମଧ୍ୟ ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। କିନ୍ତୁ ସେ ପୀଡ଼ିତାଙ୍କ କଥା ଆଦୌ ଶୁଣି ନ ଥିଲେ। ଶେଷରେ ସେ ନିରୁପାୟ ହୋଇ ପୋଲିସ୍‌ରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ପୀଡ଼ିତା।

ତାଙ୍କ କହିବାନୁସାରେ ଚିରାଗ ପଟନାୟକ ନାମକ ଜଣେ ବ୍ୟକ୍ତି ବାରମ୍ବାର ତାଙ୍କୁ ଅସୌଜନ୍ୟମୂଳକ ବ୍ୟବହାର କରୁଥିଲେ। ତାଙ୍କ ଆଗରେ ଟେବୁଲ୍‌ ଉପରେ ଗୋଡ଼ ରଖିବା ଓ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଏଥିସହିତ ସେ ଅନେକ ଥର ଜବରଦସ୍ତି ପୀଡ଼ିତାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ଫଳରେ ସେ ମାନସିକ ଚାପରେ ଥିଲେ।

ଏ ବିଷୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମେଲ୍‌ ପଠାଇଥିଲେ ବି କୌଣସି ଉତ୍ତର ମିଲି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ଦିଲ୍ଲୀର ନର୍ଥ ଏଭେନ୍ୟୁ ଥାନାରେ ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos