ହଠାତ୍ ଆଡ଼ଭାନୀଙ୍କୁ କାହିଁକି ଭେଟିଲେ ଅମିତ ଶାହ?

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ବେଳେ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ରାମ ମନ୍ଦିର ନିର୍ମାଣ ପାଖରୁ ଆରମ୍ଭ କରି ବାବ୍ରି ମସଜିଦ ମାମଲା ବାବଦରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଜୁଲାଇ ୨୪ରେ ବାବ୍ରି ମସଜିଦ ମାମଲାରେ ଆଡଭାନୀ ସିବିଆଇ କୋର୍ଟରେ ହାଜର ହେବେ। ଏହି […]

amit shah

amit shah

Subhransu Sekhar
  • Published: Wednesday, 22 July 2020
  • Updated: 22 July 2020, 09:45 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ଭୀଷ୍ମପିତାମହ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ବେଳେ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ରାମ ମନ୍ଦିର ନିର୍ମାଣ ପାଖରୁ ଆରମ୍ଭ କରି ବାବ୍ରି ମସଜିଦ ମାମଲା ବାବଦରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଜୁଲାଇ ୨୪ରେ ବାବ୍ରି ମସଜିଦ ମାମଲାରେ ଆଡଭାନୀ ସିବିଆଇ କୋର୍ଟରେ ହାଜର ହେବେ। ଏହି ସମୟରେ ଆଡଭାନୀଙ୍କ ବୟାନ ରେକର୍ଡ ହେବ ବୋଲି ଜଣାପଡ଼ିଛି। ବାବ୍ରି ମସଜିଦ ଭଙ୍ଗା ମାମଲାରେ ଆଡଭାନୀ ଅନ୍ୟତମ ଅଭିଯୁକ୍ତ ରହିଛନ୍ତି। ଉମା ଭାରତୀ, କଲ୍ୟାଣ ସିଂହ ଆଦି ବରିଷ୍ଠ ବିଜେପି ନେତାଙ୍କ ବୟାନ ମଧ୍ୟ ନିକଟରେ ସିବିଆଇ କୋର୍ଟ ରେକର୍ଡ କରିଥିବା ସୂଚନା ରହିଛି। ସେହିପରି ଜୁଲାଇ ୨୩ରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମୋନହର ଜୋଶୀଙ୍କ ବୟାନ ମଧ୍ୟ ରେକର୍ଡ ହେବ ବୋଲି ଜଣାପଡ଼ିଛି।

ଆଉ ଏକ ସୂଚନା ଅନୁଯାୟୀ, ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ। ଏଥିପାଇଁ ଶାହ ଆଡ଼ଭାନୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇଛନ୍ତି ବୋଲି ଆକଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos