ଦିଲ୍ଲୀରୁ ବିତାଡ଼ିତ ପରେ ଶ୍ରୀନଗରରେ ଗୃହବନ୍ଦୀ ହେଲେ ଏହି ରାଜନେତା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ବିରୋଧୀ ଦଳର ରାଜନେତାଙ୍କୁ ଅଟକ ରଖିବା ଅଭିଯାନ ଜାରି ରହିଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ଆଇଏଏସ୍‌ ଟପ୍ପର ତଥା ରାଜନେତା ଶାହ ଫୈଜଲଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ଫୈଜଲ ପ୍ରଥମେ ପ୍ରଶାସନ ସେବାରେ ଚାକିରି କରିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ଚାକିରି ଛାଡ଼ି କଶ୍ମୀର ପାଇଁ ଲଢ଼େଇ କରିବା ଲକ୍ଷ୍ୟରେ ରାଜନୀତି ଆରମ୍ଭ କରିଥିଲେ। ଆଜି ସେ ଦିଲ୍ଲୀରୁ ଇସ୍ତାନବୁଲ ଯିବାର ଥିଲା। ହେଲେ ସେ […]

uy

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 05:26 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ ବିରୋଧୀ ଦଳର ରାଜନେତାଙ୍କୁ ଅଟକ ରଖିବା ଅଭିଯାନ ଜାରି ରହିଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ଆଇଏଏସ୍‌ ଟପ୍ପର ତଥା ରାଜନେତା ଶାହ ଫୈଜଲଙ୍କୁ ଆଜି ଗୃହବନ୍ଦୀ କରାଯାଇଛି।

ଫୈଜଲ ପ୍ରଥମେ ପ୍ରଶାସନ ସେବାରେ ଚାକିରି କରିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ଚାକିରି ଛାଡ଼ି କଶ୍ମୀର ପାଇଁ ଲଢ଼େଇ କରିବା ଲକ୍ଷ୍ୟରେ ରାଜନୀତି ଆରମ୍ଭ କରିଥିଲେ।

ଆଜି ସେ ଦିଲ୍ଲୀରୁ ଇସ୍ତାନବୁଲ ଯିବାର ଥିଲା। ହେଲେ ସେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ଏଠାରେ ତାଙ୍କୁ ଅଟକ ରଖାଯାଇଥିଲା। ଏହାପରେ ଶ୍ରୀନଗର ଯାଉଥିବା ବିମାନରେ ତାଙ୍କୁ ଜମ୍ମୁ-କଶ୍ମୀର ପଠାଇ ଦିଆଯାଇଥିଲା। ସେଠାରେ ଫୈଜଲଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ ଅନୁଯାୟୀ ଗୃହବନ୍ଦୀ କରାଯାଇଛି।

ଏହାପୂର୍ବରୁ ଫୈଜଲ ସୋଶାଲ ମିଡିଆରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଉପତ୍ୟାକାକୁ ଦୁଇ ଭାଗରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଥିଲେ। କାଳେ ସେ କୌଣସି ଆଇନଶୃଙ୍ଖଳା ବିଗାଡ଼ିବା ଭଳି ମନ୍ତବ୍ୟ ଦେବେ, ସେଥିପାଇଁ ତାଙ୍କୁ ଗୃହବନ୍ଦୀ କରାଯାଇଛି।

Related story