ଶିବସେନା ସହ ମିଶି ଏନସିପି ସରକାର ଗଢ଼ିବ କି? ପ୍ରତିକ୍ରିୟା ରଖିଲେ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଥିବା ଅସ୍ପଷ୍ଟ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ କରିଛି। ଚଳିତ ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଶିବସେନା ଓ ବିଜେପି ସରକାର ଗଢ଼ିବା ପାଇଁ ଆରଏସଏସ ମାଧ୍ୟମରେ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଆଜି କିନ୍ତୁ ପୁଣିଥରେ ଶିବସେନା ନେତା ସଞ୍ଜୟ ରାଉତ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଛନ୍ତି। ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ହୋଇଛି,  […]

PAWAR SANJAY

Subhransu Sekhar
  • Published: Wednesday, 06 November 2019
  • , Updated: 06 November 2019, 02:22 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଥିବା ଅସ୍ପଷ୍ଟ ଚିତ୍ର ସ୍ପଷ୍ଟ ହେବା ଆରମ୍ଭ କରିଛି। ଚଳିତ ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଶିବସେନା ଓ ବିଜେପି ସରକାର ଗଢ଼ିବା ପାଇଁ ଆରଏସଏସ ମାଧ୍ୟମରେ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଆଜି କିନ୍ତୁ ପୁଣିଥରେ ଶିବସେନା ନେତା ସଞ୍ଜୟ ରାଉତ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟିଛନ୍ତି। ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ହୋଇଛି,  ଶରଦ ପାଓ୍ୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଶିବସେନା ସରକାର ଗଢ଼ିବାକୁ ପ୍ରସ୍ତାବ ଦେଇଛି। ଯାହାର ଜବାବ ରଖିଛନ୍ତି ଶରଦ ପାଓ୍ୱାର।

ଗତକାଲି ଶିବସେନା ବିଜେପି ସହ ବିବାଦର ସମାଧାନ ପାଇଁ ଆରଏସଏଏସ ପ୍ରମୁଖ ମୋହନ ଭାଗବତଙ୍କୁ ଚିଠି ଲେଖିଥିଲା। ଏହାପରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୋହନ ଭାଗବତଙ୍କୁ ଭେଟିଥିଲେ।  ଆଜି ସନ୍ଧ୍ୟାରେ ବିଜେପିର ଏକି ଟିମ୍ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟି ଆପୋଷ ସମାଧାନ ପାଇଁ ପ୍ରୟାସ କରିବେ ବୋଲି ଜଣାପଡ଼ିଛି।

ଏହାରି ଭିତରେ ଶିବସେନା ପୂର୍ବପରି ଆଜି ତାର ଖବରକାଗଜ ‘ସାମ୍ନା’ରେ ବିଜେପିକୁ ତାଚ୍ଛଲ୍ୟ କରିଛି। ଏହି ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଆଜି ସକାଳେ ପୁଣି ଥରେ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ଶରଦ ପାଓ୍ୱାର ସ୍ପଷ୍ଚ କରିଛନ୍ତି, ତାଙ୍କ ଦଳ ବିରୋଧୀ ଆସନରେ ବସିବ। ରାଜ୍ୟରେ ଦୁଇ ସହଯୋଗୀ ବିଜେପି-ଶିବସେନା ମିଶି ସରକାର ଗଢ଼ନ୍ତୁ। ବିଜେପି-ଶିବସେନା ଦୀର୍ଘ ୨୫ ବର୍ଷ ଧରି ଏକାଠି ଅଛନ୍ତି। ତେଣୁ ନିଜ ଭିତରେ ଥିବା ବିବାଦର ଆପୋଷ ସମାଧାନ କରି ସେମାନେ ସରକାର ଗଢ଼ିବା ଦରକାର ବୋଲି ମହାରାଷ୍ଟ୍ର ଏହି ବରିଷ୍ଠ ନେତା କହିଛନ୍ତି।

Related story