ପାକିସ୍ତାନ ମଞ୍ଚରେ ଭାରତ ସରକାର ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ଶଶୀ ଥରୁର

ଲାହୋର: ପାକିସ୍ତାନର ଲାହୋର ଲେଟରେଚର ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରକୁ ନିନ୍ଦା କଲେ କଂଗ୍ରେସ ସାଂସଦ ଶଶୀ ଥରୁର। ଏଥିସହ ଭାରତ ସରକାର କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ବିଜେପି ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ଲାହୋରରେ ରହି ଭାରତକୁ କଂଗ୍ରେସ ସାଂସଦ ସମାଲୋଚନା କରିବା ନିନ୍ଦନୀୟ ବୋଲି ପୁରୀର ବିଜେପି ସାଂସଦ ପ୍ରାର୍ଥୀ ତଥା ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି। ଭାରତରେ ଥାଇ ଇମ୍ରାନ୍ ଖାନଙ୍କୁ ରାଲିକୁ ଶଶୀ ଥରୁର […]

sashi tharoor sambit patra

sashi tharoor sambit patra

Subhransu Sekhar
  • Published: Sunday, 18 October 2020
  • Updated: 18 October 2020, 05:23 PM IST

Sports

Latest News

ଲାହୋର: ପାକିସ୍ତାନର ଲାହୋର ଲେଟରେଚର ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରକୁ ନିନ୍ଦା କଲେ କଂଗ୍ରେସ ସାଂସଦ ଶଶୀ ଥରୁର। ଏଥିସହ ଭାରତ ସରକାର କୋଭିଡ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ବିଜେପି ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ଲାହୋରରେ ରହି ଭାରତକୁ କଂଗ୍ରେସ ସାଂସଦ ସମାଲୋଚନା କରିବା ନିନ୍ଦନୀୟ ବୋଲି ପୁରୀର ବିଜେପି ସାଂସଦ ପ୍ରାର୍ଥୀ ତଥା ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି। ଭାରତରେ ଥାଇ ଇମ୍ରାନ୍ ଖାନଙ୍କୁ ରାଲିକୁ ଶଶୀ ଥରୁର ସମ୍ୱୋଧନ କରୁଛନ୍ତି ବୋଲି ସମ୍ୱିତ ପାତ୍ର କହିଛନ୍ତି।

ଲିଟରଚେର ଫେଷ୍ଟିଭାଲକୁ ସମ୍ବୋଧନ କରିବାକୁ ଯାଇ ଶଶୀ ଥରୁର ଭାରତକୁ ସ୍ମିତହାସ୍ୟ ଦେଇ କଟାକ୍ଷ କରିଥିଲେ। ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଏବଂ ଭାରତରେ ତବଲିଗି ଜମାତଙ୍କ ଭଳି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ରାହୁଲ ଗାନ୍ଧୀ କରୋନା ବାବଦରେ ମୋଦି ସରକାରକୁ ଅବଗତ କରାଇଥିଲେ। ହେଲେ ସରକାର ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିନଥିଲେ।
ଥରୁର ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ। ଭାରତ ସରକାର ଭଲ କାମ କରୁ ନାହିଁ। ରାହୁଲ୍ ଗାନ୍ଧୀ ଫେବୃଆରୀରେ କରୋନା ବାବଦରେ ସତର୍କ କରାଇଥିଲେ। ନହେଲେ ଭାରତର ଆର୍ଥିକ ସ୍ଥିତି ଆହୁରି ଖରାପ ହୋଇଥାନ୍ତା ବୋଲି ଶଶୀ ଥରୁର କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ ସମସ୍ତ ଶ୍ରେୟ ମିଳିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଦିଲ୍ଲୀରେ ତବଲିଗି ଜମାତଙ୍କୁ ନେଇ ଭେଦଭାବ କରାଯାଉଛି ବୋଲି କହିଛନ୍ତି। ଭାରତର ଉତ୍ତର ପୂର୍ବରେ ମଧ୍ୟ ଭେଦଭାବ ହେଉଛି ବୋଲି ସେ କହିଥିଲେ।

https://www.youtube.com/watch?reload=9&v=wdvgSKxwGt4

ଜବାବରେ ସମ୍ୱିତ ପାତ୍ର କହିଛନ୍ତି, ସାରା ବିଶ୍ୱ ଭାରତ ଉପରେ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦି ଠିକ୍ ସମୟରେ ଲକଡାଉନ୍ କରିଛନ୍ତି। ୮୦ କୋଟି ଲୋକଙ୍କୁ ଏହି ସମୟରେ ଖାଦ୍ୟ ଯୋଗାଇଛନ୍ତି।
ସରକାର ୫୦ ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇଛନ୍ତି। ଏସବୁ ସତ୍ତ୍ୱେ ଲାହୋରରେ ମଧ୍ୟ ଭାରତ ସରକାର ବିଫଳ ହୋଇଥିବା ମନ୍ତବ୍ୟ ଦେଉଛନ୍ତି କଂଗ୍ରେସ ସାଂସଦ। ଶଶୀ ଥରୁରଙ୍କ ମାନସିକତା କଣ ଏଥିରୁ ସ୍ପଷ୍ଟ ବୋଲି ସମ୍ବିତ ପାତ୍ର କହିଛନ୍ତି।

ତେବେ ପାକିସ୍ତାନରେ କିଭଳି କଟ୍ଟରପନ୍ଥୀ ରହିଛନ୍ତି। ସେଠିକାର ଅଳ୍ପ ସଂଖ୍ୟକଙ୍କ ପ୍ରତି ହିଂସା ହେଉଛି ଏବଂ ଅରାଜକତା ବଢ଼ୁଛି ସେ ବାବଦରେ ଶଶୀ ଥରୁର କାହିଁକି ପଚାରିଲେନି ବୋଲି ସମ୍ୱିତ ପାତ୍ର ପ୍ରଶ୍ନ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ପୁଣିଥରେ ଲାଗୁ ହେଉ ବୋଲି ଇମ୍ରାନ୍ ଚାହୁଁଥିବା ବେଳେ ଏଠାରେ କଂଗ୍ରେସ ମଧ୍ୟ ସମାନ ଚାହୁଁଛି ବୋଲି ସମ୍ୱିତ ପାତ୍ର ଚିଦାମ୍ୱରମଙ୍କୁ କଡ଼ା ଜବାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos