ରୁଷ୍‌ ଫଟୋକୁ ଆମେରିକା କହି ହଟହଟା ଥରୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ହାଓଡି ମୋଦି’କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ବିଭିନ୍ନ କଂଗ୍ରେସ ନେତା। ତେବେ କଂଗ୍ରେସ ସାଂସଦ ଶଶି ଥରୁର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ନେହରୁଙ୍କର ଏକ ଫଟୋ ଅପ୍‌ଲୋଡ୍‌ କରିଥିଲେ। ଏହାକୁ ସେ ଆମେରିକାର କହିଥିଲେ ମଧ୍ୟ ପରେ ଜଣାପଡ଼ିଛି ନେହରୁ ଏବଂ କନ୍ୟା ଇନ୍ଦିରା ଗାନ୍ଧିଙ୍କର ଏହି ଫଟୋ ରୁଷ୍‌ଠାରେ ଉତ୍ତୋଳିତ। ବ୍ୟାପକ ଜନସମୁଦ୍ର ମଧ୍ୟରେ ଏକ ଶୋଭାଯାତ୍ରାର ଏହି ଫଟୋ ଅପ୍‌ଲୋଡ୍‌ […]

nehru

Subrat Kumar Nayak
  • Published: Tuesday, 24 September 2019
  • , Updated: 24 September 2019, 04:00 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ହାଓଡି ମୋଦି’କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ବିଭିନ୍ନ କଂଗ୍ରେସ ନେତା। ତେବେ କଂଗ୍ରେସ ସାଂସଦ ଶଶି ଥରୁର ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ନେହରୁଙ୍କର ଏକ ଫଟୋ ଅପ୍‌ଲୋଡ୍‌ କରିଥିଲେ। ଏହାକୁ ସେ ଆମେରିକାର କହିଥିଲେ ମଧ୍ୟ ପରେ ଜଣାପଡ଼ିଛି ନେହରୁ ଏବଂ କନ୍ୟା ଇନ୍ଦିରା ଗାନ୍ଧିଙ୍କର ଏହି ଫଟୋ ରୁଷ୍‌ଠାରେ ଉତ୍ତୋଳିତ।

ବ୍ୟାପକ ଜନସମୁଦ୍ର ମଧ୍ୟରେ ଏକ ଶୋଭାଯାତ୍ରାର ଏହି ଫଟୋ ଅପ୍‌ଲୋଡ୍‌ କରି ଶଶି କ୍ୟାପ୍‌ସନ୍‌ ଲେଖିଥିଲେ, “୧୯୫୪ ମସିହାରେ ନେହରୁ ଏବଂ ଇନ୍ଦିରା ଗାନ୍ଧି। ବିନା କୌଣସି ପବ୍ଲିକ୍‌ ରିଲେସନ୍‌ ମ୍ୟାନେଜ୍‌ମେଣ୍ଟ, ବିନା କୌଣସି ଏନ୍‌ଆରଆଇ ମ୍ୟାନେଜ୍‌ମେଣ୍ଟ ଏବଂ ଗଣମାଧ୍ୟମର ଉଚ୍ଚାଟ ପ୍ରଚାର ବିନା ଆମେରିକୀୟ ଲୋକ କିଭଳି ଉତ୍ସାହଜନକ ଏବଂ ସ୍ୱତଃସ୍ପୃତ ଭାବେ ଏଥିରେ ଯୋଗଦେଇଛନ୍ତି ଦେଖନ୍ତୁ।”

ତେବେ ଏହାପରେ ବିଭିନ୍ନ ପ୍ଲାଟଫର୍ମରେ ଏହି ଫଟୋକୁ ବ୍ୟବହାର କରି ନେହରୁଙ୍କର ପ୍ରଚାର ସହ ମୋଦିଙ୍କ କାର୍ଯ୍ୟକ୍ରମକୁ ସମାଲୋଚନା ଆରମ୍ଭ ହୋଇଥିଲା। ଶେଷରେ କିଛି ଟ୍ୱିଟର ହ୍ୟାଣ୍ଡଲ ସତକୁ ସାମ୍ନାକୁ ଆଣିଥିଲେ। ସେମାନେ ଏହି ଫଟୋର ପ୍ରକୃତ ସମୟ ବଖାଣିବା ଆରମ୍ଭ କରିବା ପରେ ଥରୁରଙ୍କୁ ବେଶ୍‌ କିଛି ଲୋକ ଟ୍ରଲ୍‌ କରିବା ଆରମ୍ଭ କରିଛନ୍ତି।

ଏହା ମସ୍କୋ ସହରରେ ୧୯୫୬ ମସିହାରେ ଉଠାଯାଇଥିବା କିଛି ଲୋକ କହିଥିଲେ। କିନ୍ତୁ ରୁଷ୍‌ର କିଛି ୱେବ୍‌ସାଇଟ୍‌ରେ ତଥ୍ୟ ରହିଛି ଝିଅ ଇନ୍ଦିରାଙ୍କୁ ନେଇ ନେହରୁ ୧୯୫୫ରେ ମ୍ୟାଗ୍ନିଟୋଗୋର୍‌ସ୍କ ସହର ଆସିଥିଲେ। ‘ଜବାହରଲାଲ ମ୍ୟାଗ୍ନିଟୋଗୋର୍‌ସ୍କ’ କୀୱାର୍ଡକୁ ସର୍ଚ୍ଚ କଲେ ସେହିଦିନର ଅନ୍ୟ କିଛି ଫଟୋ ମଧ୍ୟ ମିଳିପାରୁଛି।

Related story