Advertisment

'ଆପ୍' ଟିକେଟରେ ନିର୍ବାଚନ ଲଢ଼ିବେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ !

ନୂଆଦିଲ୍ଲୀ:  ବାରମ୍ବାର ଦଳ ବିରୋଧରେ କହି ବିଜେପି ଏମ୍‌ପି ଶତୃଘ୍ନ ସିହ୍ନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବୟାନ ଯୋଗୁ ଅନେକ ସମୟରେ ସରକାରେ ଅଡ଼ୁଆରେ ମଧ୍ୟ ପଡ଼ିଛନ୍ତି। ତେବେ ବର୍ତ୍ତମାନ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।    କୁହାଯାଉଛି ସେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିବେ। କେବଳ ସେ ନୁହେଁ, ବିଜେପିର ବରିଷ୍ଠ ନେତା ଯଶୱନ୍ତ ସିହ୍ନା ମଧ୍ୟ ଆପ୍‌ […]

ଅଦ୍ୟତନ ହୋଇଛି
'ଆପ୍' ଟିକେଟରେ ନିର୍ବାଚନ ଲଢ଼ିବେ ଶତୃଘ୍ନ ସିହ୍ନା ଓ ଯଶୱନ୍ତ !

strughna

Advertisment
ନୂଆଦିଲ୍ଲୀ:  ବାରମ୍ବାର ଦଳ ବିରୋଧରେ କହି ବିଜେପି ଏମ୍‌ପି ଶତୃଘ୍ନ ସିହ୍ନା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବୟାନ ଯୋଗୁ ଅନେକ ସମୟରେ ସରକାରେ ଅଡ଼ୁଆରେ ମଧ୍ୟ ପଡ଼ିଛନ୍ତି। ତେବେ ବର୍ତ୍ତମାନ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। 
Advertisment
 
କୁହାଯାଉଛି ସେ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦ୍‌ମି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିବେ। କେବଳ ସେ ନୁହେଁ, ବିଜେପିର ବରିଷ୍ଠ ନେତା ଯଶୱନ୍ତ ସିହ୍ନା ମଧ୍ୟ ଆପ୍‌ ଟିକେଟ୍‌ରେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 
 
ତେବେ ଉଭୟ ଆପ୍‌ ଟିକଟରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ଆଶାୟୀ ଥିବାବେଳେ ଶତୃଘ୍ନ ସିହ୍ନାଙ୍କୁ ପଶ୍ଚିମ ଦିଲ୍ଲୀ ସିଟ୍‌ରୁ ପ୍ରାର୍ଥୀ କରିବା ପାଇଁ ଆପ୍‌ ଯୋଜନା ରଖିଥିବା କୁହାଯାଉଛି।
Advertisment
 
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆପ୍‌ ମୁଖ୍ୟ କେଜ୍ରିୱାଲ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି। ହେଲେ କିଛିଦିନ ପୂର୍ବରୁ ଦିଲ୍ଲୀର ନୋଏଡାଠାରେ “ଜନ ଅଧିକାର” ରାଲିରେ କେଜ୍ରିୱାଲ ଏକ ବୟାନ ରଖିଥିଲେ। ଯେଉଁଥିରେ ସେ କହିଥିଲେ, ଯଶୱନ୍ତ ସିହ୍ନା ତାଙ୍କ ଦଳୀୟ ଟିକେଟ୍‌ରେ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା। ଏଥି ସହିତ ଶତୃଘ୍ନ ସିହ୍ନା ମଧ୍ୟ ନିର୍ବାଚନ ଲଢ଼ିବା କଥାକୁ ଅଗ୍ରାହ୍ୟ କରିନାହାନ୍ତି।   
 
କିଛିଦିନ ପୂର୍ବରୁ ଯଶୱନ୍ତ ସିହ୍ନା ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଥିଲେ। ତେବେ “ ଆପଣଙ୍କ ଭଳି ଭଲ ଲୋକ ନିର୍ବାଚନ ନଲଢ଼ିଲେ ଆଉ ଲଢ଼ିବ କିଏ? ଜନତା ଚାହାନ୍ତି ଆପଣ ନିର୍ବାଚନ ଲଢ଼ନ୍ତୁ” ବୋଲି କେଜ୍ରିୱାଲ ଏହି ରାଲିରେ କହିଥିଲେ। ସେଠାରେ ଏହି ଦୁଇ ନେତା ଉପସ୍ଥିତ ଥିଲେ।  
 
ଏହି ଦୁଇ ବିଜେପି ନେତା ବହୁ ସମୟରେ ପାର୍ଟିକୁ ଅଡୁଆରେ ପକାଉଥିବାର ନଜିର ରହିଛି। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ବିଜେପି ଛାଡ଼ିବା ସମ୍ପର୍କରେ ଏପ୍ରିଲ୍‌ ୨୧ରେ ଘୋଷଣା କରିଥିଲେ। ଏଥିସହିତ ସେ ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ଦଳରେ ଯୋଗ ଦେବେନାହିଁ ବୋଲି ମଧ୍ୟ କହିଥିଲେ। 
ଅନ୍ୟପକ୍ଷେ ଶତୃଘ୍ନ ଦଳ ଛାଡ଼ିବା କଥା କହିନଥିଲେ ମଧ୍ୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଛନ୍ତି। ତେବେ ଆଗାମୀ ଦିନରେ ଏହି ଦୁଇ ନେତାଙ୍କର କାର୍ଯ୍ୟପନ୍ଥା କ’ଣ ରହୁଛି ତା’ ଉପରେ ରହିବ ନଜର।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe