ମହାଗଠବନ୍ଧନ ସପକ୍ଷରେ କଂଗ୍ରେସ ନେତା ଶତୃଘ୍ନଙ୍କ ପ୍ରଚାର

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ରାଜନୀତି ଏକ ରୋଚକ ମୋଡ଼ ନେଇଛି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଆଜି ସପା-ବିଏସ୍‌ପି ମହାଗଠବନ୍ଧନ ସପକ୍ଷରେ ପ୍ରଚାର କରିଛନ୍ତି। ମହାଗଠବନ୍ଧନରେ କଂଗ୍ରେସ ନାହିଁ। ଏପରି କି କଂଗ୍ରେସ ମହାଗଠବନ୍ଧନ ବିରୋଧରେ ପ୍ରାର୍ଥୀ ଦେଇଛି। ତଥାପି ଶତୃଘ୍ନ ସିହ୍ନା ନିଜ ପତ୍ନୀ ପୁନମଙ୍କ ପାଇଁ ଆଜି ମହାଗଠବନ୍ଧନର ପ୍ରଚାର କରିଛନ୍ତି। ପୁନମ୍‌ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କୁ ମହାଗଠବନ୍ଧନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ […]

h

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 06:34 PM IST

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ରାଜନୀତି ଏକ ରୋଚକ ମୋଡ଼ ନେଇଛି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଆଜି ସପା-ବିଏସ୍‌ପି ମହାଗଠବନ୍ଧନ ସପକ୍ଷରେ ପ୍ରଚାର କରିଛନ୍ତି। ମହାଗଠବନ୍ଧନରେ କଂଗ୍ରେସ ନାହିଁ। ଏପରି କି କଂଗ୍ରେସ ମହାଗଠବନ୍ଧନ ବିରୋଧରେ ପ୍ରାର୍ଥୀ ଦେଇଛି। ତଥାପି ଶତୃଘ୍ନ ସିହ୍ନା ନିଜ ପତ୍ନୀ ପୁନମଙ୍କ ପାଇଁ ଆଜି ମହାଗଠବନ୍ଧନର ପ୍ରଚାର କରିଛନ୍ତି। ପୁନମ୍‌ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କୁ ମହାଗଠବନ୍ଧନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି।

ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବନାହିଁ ବୋଲି ପୂର୍ବରୁ କହିଥିଲେ ହେଁ ଶେଷରେ ପ୍ରମୋଦ କ୍ରିଷ୍ଣମଙ୍କୁ ଟିକେଟ୍‌ ଦେଇଛି। ସେହିପରି ଶତୃଘ୍ନ ବିହାରର ପାଟନା ସାହିବରୁ କଂଗ୍ରେସର ପ୍ରାର୍ଥୀ ହେବେ। ଏହା ସତ୍ତ୍ୱେ ଶତୃଘ୍ନ ଆଜି ପତ୍ନୀ ପୁନମଙ୍କ ପାଇଁ ରୋଡ୍‌ ଶୋ’ କରି ମହାଗଠବନ୍ଧନ ସପକ୍ଷରେ ଭୋଟ ମାଗିଛନ୍ତି।

ସପାରୁ ପ୍ରାର୍ଥୀ ହୋଇଥିବା ପୁନମ ଆଜି ଲକ୍ଷ୍ନୌ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସେ ଏକ ବିଶାଳ ରୋଡ୍‌ ଶୋ’ କରିଥିଲେ। ଏହି ରୋଡ୍‌ ଶୋ’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ପିତ୍ନୀ ଡିମ୍ପଲ ମଧ୍ୟ ଯୋଗ ଦେଇଥିଲେ। ଏହି ରୋଡ୍‌ ଶୋ’ରେ ବିପୁଳ ସଂଖ୍ୟାରେ ଲୋକ ଯୋଗଦେଇଥିବା ବେଳେ ଶତୃଘ୍ନ ସମସ୍ତଙ୍କୁ କଂଗ୍ରେସ ଅପେକ୍ଷା ମହାଗଠବନ୍ଧନ କିଭଳି ସବୁଠୁ ଭଲ, ସେ ସମ୍ପର୍କରେ ଅବଗତ କରାଇଥିଲେ। ଏଠାରେ ମେ’ ୬ରେ ଭୋଟ୍‌ ହେବ।

Related story