ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଗଲା ୩ ସାଧାରଣ ନାଗରିକଙ୍କ ଜୀବନ

କୁପୱାରା: ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ପକ୍ଷରୁ କରାଯାଇଥିବା ସେଲିଂ ମାଡ଼ରେ ୩ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୫ଟା ବେଳକୁ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ସାଧାରଣ ଲୋକଙ୍କୁ ଏଥିରେ ଟାର୍ଗେଟ୍‌ କରାଯାଇଥିଲା। କୁପୱାରାର ରଙ୍ଗୱାର ବ୍ୟତୀତ ପୁଞ୍ଛ ଓ କାଠୁଆ ସେକ୍ଟରରେ ମଧ୍ୟ ସମାନ ଘଟଣା ଘଟିଛି। ପୁଞ୍ଛରେ ଲଗାତାର ମୋର୍ଟାର ମାଡ଼ ଓ ଗୁଳି ବର୍ଷଣ […]

kupwara

Subrat Kumar Nayak
  • Published: Sunday, 12 April 2020
  • , Updated: 12 April 2020, 09:12 PM IST

କୁପୱାରା: ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ପକ୍ଷରୁ କରାଯାଇଥିବା ସେଲିଂ ମାଡ଼ରେ ୩ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୫ଟା ବେଳକୁ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ସାଧାରଣ ଲୋକଙ୍କୁ ଏଥିରେ ଟାର୍ଗେଟ୍‌ କରାଯାଇଥିଲା।

କୁପୱାରାର ରଙ୍ଗୱାର ବ୍ୟତୀତ ପୁଞ୍ଛ ଓ କାଠୁଆ ସେକ୍ଟରରେ ମଧ୍ୟ ସମାନ ଘଟଣା ଘଟିଛି। ପୁଞ୍ଛରେ ଲଗାତାର ମୋର୍ଟାର ମାଡ଼ ଓ ଗୁଳି ବର୍ଷଣ ଫଳରେ ଜଣେ ୪୫ ବର୍ଷ ବୟସ୍କ ମହିଳା ଆହତ ହୋଇଛନ୍ତି।

ଏହା ପୂର୍ବରୁ ଭାରତୀୟ ସେନା ଏକ ଅଫୁଟା ମୋର୍ଟାର ବୋମା ପାଇଥିଲେ। ଏହା କୌଣସି କାରଣ ବଶତଃ ଫୁଟି ପାରିନଥିଲା। ବାଲାକୋଟ୍‌ରେ ଏହି ମୋର୍ଟାର ବୋମା ମିଳିଥିଲା।

ଶନିବାର ବାଲାକୋଟ୍‌ ଏବଂ ମେନ୍ଧାର ସେକ୍ଟରରେ ବିପୁଳ ପରିମାଣରେ ଗୁଳି ବର୍ଷଣ ଏବଂ ସେଲିଂ ମାଡ଼ ଫଳରେ କିଛି ସାଧାରଣ ଲୋକଙ୍କ ଘର ପ୍ରଭାବିତ ହୋଇଛି। ସୂଚନାଯୋଗ୍ୟ ଯେ, ଦୁଇ ପଡ଼ୋଶୀ ଦେଶ ଭାରତ ଏବଂ ପାକିସ୍ତାନ ସମେତ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କିନ୍ତୁ ପାକିସ୍ତାନ ଗତ ସପ୍ତାହେ ହେବ ଏପରି ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।

Related story