ଶେଲଟର ହୋମ ପାଲଟିଲା କରୋନା ହଟସ୍ପଟ, ୫୭ ଝିଅ ପଜିଟିଭ ଓ ୭ ଜଣ ଗର୍ଭବତୀ

କାନପୁର: ଉତ୍ତର ପ୍ରଦେଶର କାନପୁର ସ୍ଥିତ ଶେଲଟର ହୋମ ଏବେ ମହାମାରୀ କରୋନାର ହଟସ୍ପଟ ପାଲଟିଛି। ଏହି ଶେଲଟର ହୋମରେ ରହୁଥିବା ବାଳିକାମାନଙ୍କ ମଧ୍ୟରୁ ୫୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ୭ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଶେଲଟର ହୋମରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜୁନ୍‌ ୧୫ରେ ଶେଲଟର ହୋମରେ ରହୁଥିବା ଜଣେ ଝିଅ କରୋନାରେ […]

da

Hemant Lenka
  • Published: Monday, 22 June 2020
  • , Updated: 22 June 2020, 05:30 PM IST

କାନପୁର: ଉତ୍ତର ପ୍ରଦେଶର କାନପୁର ସ୍ଥିତ ଶେଲଟର ହୋମ ଏବେ ମହାମାରୀ କରୋନାର ହଟସ୍ପଟ ପାଲଟିଛି। ଏହି ଶେଲଟର ହୋମରେ ରହୁଥିବା ବାଳିକାମାନଙ୍କ ମଧ୍ୟରୁ ୫୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ୭ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି।

ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଶେଲଟର ହୋମରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜୁନ୍‌ ୧୫ରେ ଶେଲଟର ହୋମରେ ରହୁଥିବା ଜଣେ ଝିଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଦୁଇ ଦିନ ପରେ ଅର୍ଥାତ ୧୭ ତାରିଖରେ ଆଉ ୩୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତଥାପି ପ୍ରଶାସନିକ ଅଧିକାରୀ କିମ୍ବା ଶେଲଟର ହୋମ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ଏପରି କି ଆଇସୋଲେସନର ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା।

ଜୁନ୍‌ ୧୯ରେ ଆଉ ୧୬ ଜଣଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ଏମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ହିଁ ପ୍ରଶାସନ ଶେଲଟର ହୋମ ବିଲଡିଂକୁ ସିଲ କରିଥିଲା। ଅନ୍ୟ ଅନ୍ତେବାସୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା।

ଏହାର ଗୋଟିଏ ଦିନ ପରେ ପୁଣି ୮ ଜଣ ଝିଅଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ଏବେ ଶେଲଟର ହୋମର ୫୭ ଜଣ ଅନ୍ତେବାସୀ ଓ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, କରୋନା ପାଇଁ ସାମାଜିକ ଦୂରତା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହାକୁ କାନପୁର ଶେଲଟର ହୋମରେ ପାଳନ କରାଯାଇ ନଥିଲା। ଏଥିରେ ୧୦୦ ଜଣ ରହିବାର ବ୍ୟବସ୍ଥା ଥିବା ବେଳେ ୧୭୧ ଜଣଙ୍କୁ ରଖାଯାଉଥିଲା।

କାନପୁର ଡିଏମ ବ୍ରହ୍ମ ଦେବ ରାମ ତିୱାରୀ କହିଛନ୍ତି, “ଶେଲଟର ହୋମର ୫ ଜଣ ଗର୍ଭବତୀ ଥିବା ଜଣାପଡ଼ିଛି। ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ୨ ଜଣ ଗର୍ଭବତୀଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହି ୭ ଜଣ ଗର୍ଭବତୀ ହୋଇ ହିଁ ଶେଲଟର ହୋମକୁ ଆସିଥିଲେ।”

Related story