ରାଫେଲ ପ୍ରସଙ୍ଗରେ ବିଜେପିକୁ ଶିବସେନାର ପରାମର୍ଶ

ମୁମ୍ବାଇ: ବିଜେପିର ସହଯୋଗୀ ଦଳ ଶିବସେନା ଆଜି ରାଫେଲ ପ୍ରସଙ୍ଗରେ ପ୍ରଥମଥର ପାଇଁ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛି। ଶିବସେନା କହିଛି ଯେ ରାଫେଲ ପ୍ରସଙ୍ଗରେ କଂଗ୍ରେସ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣୁଛି। ଯଦି ବିଜେପି ନେତାମାନେ ଏ ପ୍ରସଙ୍ଗରେ ଖୁବ୍‌କମ୍‌ କଥା କହିବେ, ତା’ହେଲେ ଏହା ନିଶ୍ଚିତ ଦଳ ପାଇଁ ଭଲ ହେବ। ଏଥିସହ ନମୋ ଟିଭି ବ୍ୟାନ୍‌ ପ୍ରସଙ୍ଗରେ ଶିବସେନା କହିଛି ଯେ ଏହି ଟିଭି ଚ୍ୟାନେଲ୍‌ରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଶ […]

w

Hemant Lenka
  • Published: Friday, 12 April 2019
  • , Updated: 12 April 2019, 05:03 PM IST

ମୁମ୍ବାଇ: ବିଜେପିର ସହଯୋଗୀ ଦଳ ଶିବସେନା ଆଜି ରାଫେଲ ପ୍ରସଙ୍ଗରେ ପ୍ରଥମଥର ପାଇଁ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛି। ଶିବସେନା କହିଛି ଯେ ରାଫେଲ ପ୍ରସଙ୍ଗରେ କଂଗ୍ରେସ ବାରମ୍ବାର ଦୁର୍ନୀତି ଅଭିଯୋଗ ଆଣୁଛି।

ଯଦି ବିଜେପି ନେତାମାନେ ଏ ପ୍ରସଙ୍ଗରେ ଖୁବ୍‌କମ୍‌ କଥା କହିବେ, ତା’ହେଲେ ଏହା ନିଶ୍ଚିତ ଦଳ ପାଇଁ ଭଲ ହେବ। ଏଥିସହ ନମୋ ଟିଭି ବ୍ୟାନ୍‌ ପ୍ରସଙ୍ଗରେ ଶିବସେନା କହିଛି ଯେ ଏହି ଟିଭି ଚ୍ୟାନେଲ୍‌ରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଶ ପ୍ରଚାର ହୋଇଛି। ସେହିପରି ଅନ୍ୟାନ୍ୟ ଗଣମାଧ୍ୟମ ମଧ୍ୟ ବିଜେପିର ପ୍ରଚାର କରୁଛନ୍ତି। ତେଣୁ ନମୋ ଟିଭି ବ୍ୟାନ୍‌ ନେଇ ବିଜେପି ପ୍ରତିକ୍ରିୟାଶୀଳ ହେବା ଦରକାର ନାହିଁ।

ଆସନ୍ତା ନିର୍ବାଚନ ବିଜେପି ଓ ଶିବସେନା ମହାରାଷ୍ଟ୍ରରେ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଜଲଗାଓଁଠାରେ ଉଭୟ ଦଳର କର୍ମୀମାନେ ମାରପିଟ୍‌ ହେବାରୁ ଶିବସେନା ସହଯୋଗୀ ବିଜେପିକୁ ଟାର୍ଗେଟ କରିଥିଲା। ଏବେ ଶିବସେନା ନିଜର ମୁଖପାତ୍ର 'ସାମ୍ନା'ରେ କହିଛି, "ବିଜେପି ଓ ଶିବସେନା ମଧ୍ୟରେ କି ସମ୍ପର୍କ ରହିଛି, ସେକଥା ପଦ୍ମ ଦଳର ନେତାମାନେ ସ୍ପଷ୍ଟ କରିବା ଦରକାର।

ମେଣ୍ଟ ପରେ ବି ବିଜେପି ସର୍ବଦା ବଡ଼ଭାଇ ପଣିଆ ଦେଖାଉଛି। ତେଣୁ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରିବା ଦରକାର। ବିଜେପି କହୁଛି ଯେ ଦଳ ସର୍ବଦା ସମସ୍ତଙ୍କ କଥାକୁ ସମ୍ମାନ ଦିଏ। ଦଳ ହିଂସାକୁ ପ୍ରଶ୍ରୟ ଦିଏ ନାହିଁ। କିନ୍ତୁ ନିକଟରେ ଘଟିଥିବା ବିଜେପି କର୍ମୀଙ୍କ ଗୁଣ୍ଡାଗିରି ସମ୍ପର୍କରେ ବିଜେପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ।

ସେ ଯାହା ହେଉ, ଆମେ ଯଦି ରାଫେଲ ପ୍ରସଙ୍ଗ ଦେଖିବା, ତା’ହେଲେ ବିଜେପି ନେତାଙ୍କ ଅହଂକାର ସାମ୍ନାକୁ ଆସୁଛି। ତେଣୁ ବିଜେପି ନେତାମାନେ ଅତିକମ୍‌ରେ ଏହି ସ୍ପର୍ଶକତାର ବିଷୟରେ ନିଜର ଗର୍ବକୁ ପରିତ୍ୟାଗ କରିବା ଦରକାର।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ଅନ୍ୟନେତାମାନେ ଏହି ରାଫେଲ ପ୍ରସଙ୍ଗରେ ମନଇଚ୍ଛା ବୟାନ ଦେଉଛନ୍ତି। ଏହା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ରାଫେଲ ପ୍ରସଙ୍ଗରେ ବିଜେପି କମ୍‌ କଥା କହୁ ବୋଲି ଶିବସେନା ପରାମର୍ଶ ଦେବାକୁ ଚାହୁଁଛି।”

Related story