ନେଟ୍‌ଫ୍ଲିକ୍ସ ବିରୋଧରେ ଥାନାରେ ଅଭିଯୋଗ କଲେ ଶିବସେନା ସଦସ୍ୟ

ମୁମ୍ବାଇ: ନେଟ୍‌ଫ୍ଲିକ୍ସର ବିଭିନ୍ନ ସିରିଜ୍‌ରେ ଭାରତ ଏବଂ ହିନ୍ଦୁ ଧର୍ମକୁ ବିଶ୍ୱସ୍ତରରେ ଅପମାନିତ କରାଯାଉଥିବା ଦର୍ଶାଇ ଶିବସେନାର ଜଣେ ଆଇଟି ସେଲ ସଦସ୍ୟ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଆମେରିକା ଭିତ୍ତିକ ଏହି ଅନ୍‌ଲାଇନ୍‌ ଷ୍ଟ୍ରିମିଂ କମ୍ପାନୀ ଉଭୟ ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଏକ ଭୁଲ ଚିତ୍ର ବିଶ୍ୱସ୍ତରରେ ଉପସ୍ଥାପନ କରୁଛି। ରମେଶ ସୋଲାଙ୍କି ନାମକ ଏହି ଶିବସେନା ସଦସ୍ୟ ସାକ୍ରେଡ୍‌ ଗେମ୍ସ, ଲୈଲା ଏବଂ ଘୌଲ ଆଦିର ଉଦାହରଣ ନେବା ସହ […]

netflix

Subrat Kumar Nayak
  • Published: Wednesday, 04 September 2019
  • , Updated: 04 September 2019, 04:34 PM IST

ମୁମ୍ବାଇ: ନେଟ୍‌ଫ୍ଲିକ୍ସର ବିଭିନ୍ନ ସିରିଜ୍‌ରେ ଭାରତ ଏବଂ ହିନ୍ଦୁ ଧର୍ମକୁ ବିଶ୍ୱସ୍ତରରେ ଅପମାନିତ କରାଯାଉଥିବା ଦର୍ଶାଇ ଶିବସେନାର ଜଣେ ଆଇଟି ସେଲ ସଦସ୍ୟ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଆମେରିକା ଭିତ୍ତିକ ଏହି ଅନ୍‌ଲାଇନ୍‌ ଷ୍ଟ୍ରିମିଂ କମ୍ପାନୀ ଉଭୟ ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଏକ ଭୁଲ ଚିତ୍ର ବିଶ୍ୱସ୍ତରରେ ଉପସ୍ଥାପନ କରୁଛି।

ରମେଶ ସୋଲାଙ୍କି ନାମକ ଏହି ଶିବସେନା ସଦସ୍ୟ ସାକ୍ରେଡ୍‌ ଗେମ୍ସ, ଲୈଲା ଏବଂ ଘୌଲ ଆଦିର ଉଦାହରଣ ନେବା ସହ ହାସ୍ୟ କଳାକାର ହାସନ୍‌ ମିନ୍‌ହାଜ୍‌ଙ୍କ ବିଷୟରେ ଉଦାହାରଣ ଦେଇ ନେଟ୍‌ଫ୍ଲିକ୍ସ ବିରୋଧରେ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି। ସୋଲାଙ୍କି କହିଛନ୍ତି, ନେଟ୍‌ଫ୍ଲିକ୍ସର ପ୍ରତି ସିରିଜ୍‌ରେ କେଉଁଠି କେଉଁଠି ଆମେ ହିନ୍ଦୁଫୋବିଆ ଦେଖିବାକୁ ପାଇପାରିବା। ଏହା ବିଶ୍ୱସ୍ତରରେ ଭାରତକୁ ଅପାମାନିତ କରିବା ଉଦ୍ଦିଷ୍ଟ। ଏହି ପ୍ଲାଟଫର୍ମରେ ହିନ୍ଦୁଧର୍ମର ଏକ ଖରାପ ଚିତ୍ର ଦର୍ଶାଯାଉଛି।

ସେ ଆହୁରି ମଧ୍ୟ ଦାବି କରିଛନ୍ତି, ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବାକୁ ଚାହୁଁଛି ଏହି ବିଷୟବସ୍ତୁ ସବୁକୁ କର୍ତ୍ତୃପକ୍ଷ ଦେଖନ୍ତୁ ଏବଂ ସେମାନଙ୍କୁ ସମନ୍‌ ଜାରି କରିବା ସହ ଅନ୍ୟ ପଦକ୍ଷେପ ନିଅନ୍ତୁ। ଭାରତ ବ୍ୟତୀତ ଅନ୍ୟ ସବୁ ରାଷ୍ଟ୍ରରେ ସଂଖ୍ୟାଲଘୁ ‘ହିନ୍ଦୁ ଧର୍ମାବଲମ୍ବୀ’ଙ୍କୁ ଅପମାନିତ କରିବାକୁ ସେମାନଙ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ।

Related story