ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଶିବସେନା ଶେଷ ପର୍ଯ୍ୟାୟରେ। ସରକାର ଗଢ଼ିବା ପାଇଁ ଶିବସେନାର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସଞ୍ଜୟ ରାଉତ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ମୁମ୍ୱାଇର ଲୀଳାବତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
https://twitter.com/ANI/status/1193832811406319618
ହସ୍ପିଟାଲରେ ଡାକ୍ତର ସଞ୍ଜୟଙ୍କ ଏନଜିଓଗ୍ରାଫି କରିଛନ୍ତି। ଡାକ୍ତର ମେନନ ଏବଂ ଡାକ୍ତର ମେଥ୍ୟୁଙ୍କ ନେତୃତ୍ୱରେ ସଞ୍ଜୟଙ୍କ ଚିକିତ୍ସା ଚାଲିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶିବସେନାର ମୁଖପାତ୍ର ସହିତ ରାଜ୍ୟସଭା ସାଂସଦ ହେଉଛନ୍ତି ସଞ୍ଜୟ ରାଉତ। ଏଥିସହ ଦଳର ଖବରକାଗଜ 'ସାମ୍ନା'ର ସେ ହେଉଛନ୍ତି କାର୍ଯ୍ୟନିର୍ବାହୀ ସମ୍ପାଦକ।