ଭୋପାଲ: ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ଏକ ଟିମ୍ ପଠାଇଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ତାଙ୍କ ସରକାର ବେଳେ ହୋଇଥିବା ମନ୍ଦିର ଯୋଜନାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ କମଲନାଥ ଏପରି କରିବା ଗ୍ରହଣୀୟ ନୁହେଁ ବୋଲି ଶିବରାଜ କହିଛନ୍ତି।
ସେ ଆହୁରି କହିଛନ୍ତି, "ସାରା ବିଶ୍ୱ ଜାଣିଛି ଯେ ରାବଣ ଲଙ୍କାର ଅଶୋକ ବାଟିକାରେ ମାତା ସୀତାଙ୍କୁ ରଖିଥିଲ ଓ ଏନେଇ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ମୁଁ ଯେତେବେଳେ ଶ୍ରୀଲଙ୍କା ଯାଇଥିଲି ସେତେବେଳେ ସେଠାରେ ଏକ ମନ୍ଦିର ନିର୍ମାଣ ହେବା ଦରକାର ବୋଲି ଭାବିଥିଲି। କିନ୍ତୁ ମୁଁ ଏବେ ଆଶ୍ଚର୍ଯ୍ୟ ଯେ, କମଲନାଥ ସରକାର ମାତା ସୀତାଙ୍କ ଅପହରଣ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବା ଏକ ଟିମ୍କୁ ଶ୍ରୀଲଙ୍କା ପଠାଇଛନ୍ତି।"
ମଧ୍ୟ ପ୍ରଦେଶର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି, ଶିବରାଜ ରାଜନୀତିକ ଫାଇଦା ଉଦ୍ଦେଶ୍ୟରେ ସେତେବେଳେ ଶ୍ରୀଲଙ୍କା ଗସ୍ତ କରିଥିଲେ। ତେବେ ମନ୍ଦିର କାମରେ କୌଣସି ଅଗ୍ରଗତି ହୋଇ ନଥିଲା।
सारा देश, सारी दुनिया जानती है कि सीताजी लंका में अशोक वाटिका में रखी गईं थी और उन्होंने अग्नि-परीक्षा भी दी थी। मैं जब श्रीलंका गया था तो मेरे मन में यह भाव आया कि इस स्थान पर भव्य मंदिर का निर्माण होना चाहिए!
मुझे आश्चर्य है यह कमलनाथ सरकार तथ्यों को जाँचने की बात कर रही है! pic.twitter.com/gYLZDUJ5EM
— Shivraj Singh Chouhan (@ChouhanShivraj) July 16, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।