ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତଦନ୍ତ କରିବାକୁ ଟିମ୍ ପଠାଇଲେ କମଲନାଥ ସରକାର

ଭୋପାଲ: ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ଏକ ଟିମ୍ ପଠାଇଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ତାଙ୍କ ସରକାର ବେଳେ ହୋଇଥିବା ମନ୍ଦିର ଯୋଜନାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ କମଲନାଥ ଏପରି କରିବା ଗ୍ରହଣୀୟ ନୁହେଁ ବୋଲି […]

shivraj_kamal

Subhransu Sekhar
  • Published: Wednesday, 17 July 2019
  • , Updated: 17 July 2019, 12:52 PM IST

ଭୋପାଲ: ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ଏକ ଟିମ୍ ପଠାଇଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ତାଙ୍କ ସରକାର ବେଳେ ହୋଇଥିବା ମନ୍ଦିର ଯୋଜନାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ କମଲନାଥ ଏପରି କରିବା ଗ୍ରହଣୀୟ ନୁହେଁ ବୋଲି ଶିବରାଜ କହିଛନ୍ତି।

ସେ ଆହୁରି କହିଛନ୍ତି, "ସାରା ବିଶ୍ୱ ଜାଣିଛି ଯେ ରାବଣ ଲଙ୍କାର ଅଶୋକ ବାଟିକାରେ ମାତା ସୀତାଙ୍କୁ ରଖିଥିଲ ଓ ଏନେଇ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ମୁଁ ଯେତେବେଳେ ଶ୍ରୀଲଙ୍କା ଯାଇଥିଲି ସେତେବେଳେ ସେଠାରେ ଏକ ମନ୍ଦିର ନିର୍ମାଣ ହେବା ଦରକାର ବୋଲି ଭାବିଥିଲି। କିନ୍ତୁ ମୁଁ ଏବେ ଆଶ୍ଚର୍ଯ୍ୟ ଯେ, କମଲନାଥ ସରକାର ମାତା ସୀତାଙ୍କ ଅପହରଣ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବା ଏକ ଟିମ୍‌କୁ ଶ୍ରୀଲଙ୍କା ପଠାଇଛନ୍ତି।"

ମଧ୍ୟ ପ୍ରଦେଶର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି,  ଶିବରାଜ ରାଜନୀତିକ ଫାଇଦା ଉଦ୍ଦେଶ୍ୟରେ ସେତେବେଳେ ଶ୍ରୀଲଙ୍କା ଗସ୍ତ କରିଥିଲେ। ତେବେ ମନ୍ଦିର କାମରେ କୌଣସି ଅଗ୍ରଗତି ହୋଇ ନଥିଲା।

ସୂଚନାଯୋଗ୍ୟ, ୨୦୧୦ରେ ଶିବରାଜ ସରକାର ସୀତା ମନ୍ଦିର ନିର୍ମାଣ କରିବା ପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏହି ମନ୍ଦିର ରାବଣ ସୀତାଙ୍କୁ ଅପହରଣ କରିବା ପରେ ରଖିଥିବା ସ୍ଥାନରେ ହେବାର ଥିଲା। ତେବେ ଦୀର୍ଘ ୯ ବର୍ଷ ଭିତରେ ମନ୍ଦିର କାମ ଆଦୌ ଆଗେଇ ନଥିବା ଜଣାପଡ଼ିଛି। କମଲନାଥ ସରକାର ଏ ଦିଗରେ କିଛି କରିବା ବଦଳରେ ପ୍ରକୃତରେ ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବା ପାଇଁ ଏକ ଟିମ୍ ଶ୍ରୀଲଙ୍କା ପଠାଇବା ଦୁର୍ଭାଗ୍ୟଜନକ ବୋଲି ଶିବରାଜ କହିଛନ୍ତି।

 

Related story