ପାକ୍‌ର ଅଭଦ୍ରାମୀକୁ ଶିବସେନାର ନିନ୍ଦା

ନୂଆଦିଲ୍ଲୀ: ଜୁନ୍‌ ୨ରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ରମଜାନ ପାଇଁ ଇଫତାର ପାର୍ଟିର ଆୟୋଜନ କରିଥିଲେ। ତେବେ ଏଠାକୁ ଆସିଥିବା ଅତିଥିଙ୍କୁ ପାକିସ୍ତାନ ସରକାର ଅଭଦ୍ର ବ୍ୟବହାର କରିବା ଘଟଣାକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନା ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶିବସେନାର ଦଳୀୟ ମୁଖପତ୍ର ‘ସାମ୍ନା’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ପାକିସ୍ତାନର ଏଭଳି ବ୍ୟବହାରକୁ ନିନ୍ଦା […]

f

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 03:47 PM IST

ନୂଆଦିଲ୍ଲୀ: ଜୁନ୍‌ ୨ରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ରମଜାନ ପାଇଁ ଇଫତାର ପାର୍ଟିର ଆୟୋଜନ କରିଥିଲେ। ତେବେ ଏଠାକୁ ଆସିଥିବା ଅତିଥିଙ୍କୁ ପାକିସ୍ତାନ ସରକାର ଅଭଦ୍ର ବ୍ୟବହାର କରିବା ଘଟଣାକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।

ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନା ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶିବସେନାର ଦଳୀୟ ମୁଖପତ୍ର 'ସାମ୍ନା'ରେ ପ୍ରକାଶିତ ଏକ ସମ୍ପାଦକୀୟରେ ପାକିସ୍ତାନର ଏଭଳି ବ୍ୟବହାରକୁ ନିନ୍ଦା କରାଯାଇଛି।

ଶିବସେନା ପକ୍ଷରୁ କୁହାଯାଇଛି ଯେ “ଶନିବାର ଇଫତାର ପାର୍ଟିରେ ପାକିସ୍ତାନ ଯାହା କଲା, ତା’କୁ କ’ଣ ଶାନ୍ତି ଦିଗରେ ଆଉ ପାଦେ ବୋଲି ଧରାଯିବ? ପାକିସ୍ତାନର ଅସଲ ଚରିତ୍ର ପୁଣି ସାମ୍ନାକୁ ଆସିଛି। ପାକିସ୍ତାନ ଏମିତି ଏକ ଦେଶ, ଯାହା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆଦୌ ସମ୍ଭବ ନୁହେଁ। ଇଫତାର ପାର୍ଟିକୁ ଆସିଥିବା ସମସ୍ତ ଅତିଥି ବେଶ ଜଣାଶୁଣା ଏବଂ ସେମାନେ ପାକିସ୍ତାନର ନାଗରିକ।

ତେବେ ଏମାନଙ୍କ ଉପରେ ପାକିସ୍ତାନ ରାଗିବାର ଗୋଟିଏ କାରଣ ହୋଇପାରେ। କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଭାରତୀୟ ହାଇକମିଶନଙ୍କ ଇଫତାର ପାର୍ଟିକୁ ଡକା ନ ଯିବାରୁ ପାକିସ୍ତାନ ନିଜର କ୍ରୋଧ ପ୍ରକାଶ କରିଛି। ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ଗୋଦାମ ଭାବେ ପରିଚିତ। ଏହି ଆତଙ୍କୀ ଗୋଦାମକୁ ପାକିସ୍ତାନ ସେନା ଓ ଆଇଏସ୍‌ଆଇ ନିୟନ୍ତ୍ରଣ କରୁଛନ୍ତି।”

Related story