ଯୁଦ୍ଧ ପାଇଁ ଭାରତ ପାଖରେ ଯଥେଷ୍ଟ ଗୋଳା-ବାରୁଦ ଅଛି ତ?

ନୂଆଦିଲ୍ଲୀ: ଭାରତୀୟ ସେନା ପାଖରେ ଆବଶ୍ୟକ ପରିମାଣରେ ଗୋଳା-ବାରୁଦ ମହଜୁଦ ନାହିଁ। ଏବେ ଯେତିକି ଗୋଳା-ବାରୁଦା ଅଛି ଯୁଦ୍ଧ ହେଲେ ତାହା ମାତ୍ର ୧୦ ଦିନରେ ଶେଷ ହୋଇଯିବ। ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହି କଥା କୁହାଯାଇଛି। ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ମୋଟ ୧୫୨ ପ୍ରକାର ଗୋଳା-ବାରୁଦ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ୩୧ ପ୍ରକାରର ଷ୍ଟକ୍ ସନ୍ତୋଷଜନକ ରହିଛି। ୬୧ ପ୍ରକାରର ଗୋଳା-ବାରୁଦର ଷ୍ଟକ୍ ଚିନ୍ତାଜନକ ରହିଛି। […]

tank

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 10:06 AM IST

ନୂଆଦିଲ୍ଲୀ: ଭାରତୀୟ ସେନା ପାଖରେ ଆବଶ୍ୟକ ପରିମାଣରେ ଗୋଳା-ବାରୁଦ ମହଜୁଦ ନାହିଁ। ଏବେ ଯେତିକି ଗୋଳା-ବାରୁଦା ଅଛି ଯୁଦ୍ଧ ହେଲେ ତାହା ମାତ୍ର ୧୦ ଦିନରେ ଶେଷ ହୋଇଯିବ। ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହି କଥା କୁହାଯାଇଛି।

ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ମୋଟ ୧୫୨ ପ୍ରକାର ଗୋଳା-ବାରୁଦ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ୩୧ ପ୍ରକାରର ଷ୍ଟକ୍ ସନ୍ତୋଷଜନକ ରହିଛି। ୬୧ ପ୍ରକାରର ଗୋଳା-ବାରୁଦର ଷ୍ଟକ୍ ଚିନ୍ତାଜନକ ରହିଛି।

ଭାରତୀୟ ସେନା ପାଖରେ ୨୦ ଦିନର ଘାମାଘୋଟ ଲଢ଼େଇ ପାଇଁ ଗୋଳା-ବାରୁଦ ଷ୍ଟକ୍ ରହିବା ଉଚିତ। ପୂର୍ବରୁ ୪୦ ଦିନର ଯୁଦ୍ଧ ପାଇଁ ଗୋଳା-ବାରୁଦ ରଖାଯାଉଥିଲା। ୧୯୯୯ରେ ଏହାକୁ ହ୍ରାସ କରି ୨୦ ଦିନ ପାଇଁ ଗୋଳା-ବାରୁଦ ଜମା କରି ରଖିବାକୁ ନିଷ୍ପତ୍ତି ହୋଇଥିଲା।

ସିଏଜି ରିପୋର୍ଟ ମୁତାବକ ୨୦୧୬ ସେପ୍ଟେମ୍ବରରେ ୧୫୨ ପ୍ରକାର ଗୋଳା-ବାରୁଦରୁ ମାତ୍ର ୩୧ଟି ୪୦ ଦିନ ପାଁ ମହଜୁଦ ଥିଲା। ଆଉ ୧୨ ପ୍ରକାରର ଗୋଳା-ବାରୁଦ ୩୦ ରୁ ୪୦ ଦିନ ପାଇଁ ମହଜୁଦ ଥିଲା।  ୨୬ ପ୍ରକାରର ଗୋଳା-ବାରୁଦ ୨୦ ରୁ ଟିକେ ଅଧିକ ଦିନ ପାଇଁ ମହଜୁଦ ଥିଲା।

ବିସ୍ଫୋଟକ ଓ ବିଧ୍ୱଂସକାରୀ ଉପକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ରର ସଂଖ୍ୟାରେ ସୁଧାର ଆସିଛି ବୋଲି ସିଏଜି ରିପୋର୍ଟରେ କୁହାଯାଇଛି।

Related story