ସିଆଚେନ୍‌ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସିଆଚେନ୍‌ରେ ବରଫ ଅତଡ଼ା ଖସି ପ୍ରାଣ ହରାଇଥିବା ଯବାନଙ୍କୁ ସୋମବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ଲେହରୁ ଏହି ୯ ସହିଦଙ୍କ ମୃତଦେହକୁ ନୂଆଦିଲ୍ଲୀର ପଲାମ ବିମାନବନ୍ଦରକୁ ଅଣାଯାଇଥିଲା। ସେଠାରେ ସ୍ଥଳସେନା ମୁଖ୍ୟ ଦଲବୀର ସିଂ ସୁହାଗଙ୍କ ସମେତ ସେନାର ବରିଷ୍ଠ ଅଧଇକାରୀ,ପ୍ରତିରକ୍ଷା ବିଭାଗର ଅଧିକାରୀ, ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସହିଦଙ୍କ ମୃତଦେହକୁ ସେମାନଙ୍କ ପୈତୃକ ସ୍ଥାନ ଅଭିମୁଖେ ପଠାଯାଇଥିଲା।ଜଣେ ଜୁନିୟର କମିଶନ ଅଫିସର ଓ […]

Siachen

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 04:06 PM IST

ନୂଆଦିଲ୍ଲୀ: ସିଆଚେନ୍‌ରେ ବରଫ ଅତଡ଼ା ଖସି ପ୍ରାଣ ହରାଇଥିବା ଯବାନଙ୍କୁ ସୋମବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ଲେହରୁ ଏହି ୯ ସହିଦଙ୍କ ମୃତଦେହକୁ ନୂଆଦିଲ୍ଲୀର ପଲାମ ବିମାନବନ୍ଦରକୁ ଅଣାଯାଇଥିଲା। ସେଠାରେ ସ୍ଥଳସେନା ମୁଖ୍ୟ ଦଲବୀର ସିଂ ସୁହାଗଙ୍କ ସମେତ ସେନାର ବରିଷ୍ଠ ଅଧଇକାରୀ,ପ୍ରତିରକ୍ଷା ବିଭାଗର ଅଧିକାରୀ, ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସହିଦଙ୍କ ମୃତଦେହକୁ ସେମାନଙ୍କ ପୈତୃକ ସ୍ଥାନ ଅଭିମୁଖେ ପଠାଯାଇଥିଲା।ଜଣେ ଜୁନିୟର କମିଶନ ଅଫିସର ଓ ଅନ୍ୟ ୯ ଜଣ ଯବାନ ଗତ ୩ ତାରିଖରେ ସିଆଚେନ୍‌ର ସୋନମ୍‌ ପୋଷ୍ଟରେ ମୁତୟନ ହୋଇଥବା ବେଳେ ବଡ ବରଫ ଅତଡା ଖସିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ୬ ଦିନ ପରେ ଲାନ୍ସ ନାଏକ ହନୁମନ୍ଥପ୍ପା ଜୀବିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ପରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story