ଗୋଟିଏ ଆସନରେ ପଛରେ ଅଛନ୍ତି ସିଦ୍ଧରମେୟା

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ବିଜେପି ଆଗରେ ଚାଲିଥିବା ବେଳେ କଂଗ୍ରେସ ବହୁତ ପଛରେ ଚାଲିଛି। ବିଜେପି ୧୧୨ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। କାରଣ ଦଳ ୧୧୨ରୁ ଅଧିକ ଆସନରେ ଆଗୁଆ ରହିଛି। କଂଗ୍ରେସ ୬୮ଟି ଆସନରେ ଆଗୁଆ ଚାଲିଛି।  ଜେଡିଏସ୍‌ ୪୦ଟି ଆସନରେ ଆଗୁଆ ଚାଲିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦୁଇଟି ଆସନରୁ ଛିଡ଼ା ହୋଇଥିବା ବେଳେ ଗୋଟିଏ ଆସନରେ ପଛରେ ଚାଲିଛନ୍ତି। ଚାମୁଣ୍ଡେଶ୍ୱରୀ ଆସନରେ ସେ […]

2222

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 11:35 AM IST

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି ଚାଲିଛି। ବିଜେପି ଆଗରେ ଚାଲିଥିବା ବେଳେ କଂଗ୍ରେସ ବହୁତ ପଛରେ ଚାଲିଛି। ବିଜେପି ୧୧୨ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। କାରଣ ଦଳ ୧୧୨ରୁ ଅଧିକ ଆସନରେ ଆଗୁଆ ରହିଛି। କଂଗ୍ରେସ ୬୮ଟି ଆସନରେ ଆଗୁଆ ଚାଲିଛି।  ଜେଡିଏସ୍‌ ୪୦ଟି ଆସନରେ ଆଗୁଆ ଚାଲିଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦୁଇଟି ଆସନରୁ ଛିଡ଼ା ହୋଇଥିବା ବେଳେ ଗୋଟିଏ ଆସନରେ ପଛରେ ଚାଲିଛନ୍ତି। ଚାମୁଣ୍ଡେଶ୍ୱରୀ ଆସନରେ ସେ ଜେଡିଏସ୍‌ ପ୍ରାର୍ଥୀଙ୍କଠାରୁ ପଛରେ ଚାଲିଛନ୍ତି। ତେବେ ବାଦାମୀ ଆସନରେ ସେ ବିଜେପି ପ୍ରାର୍ଥୀ ବି. ଶ୍ରୀରାମୁଲୁଙ୍କ ଠାରୁ ଆଗରେ ରହିଛନ୍ତି। ତେବେ ଏଠାରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।

ଜେଡିଏସ୍‌ର ଏଚ୍‌.ଡି କୁମାରସ୍ୱାମୀ ଉଭୟ ରାମନଗର ଓ ଚନ୍ନାପାଟଣା ଆସନରେ ଆଗରେ ଚାଲିଛନ୍ତି। ଶିକାରୀପୁରାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍ ୟେଦୁରପ୍ପା ଆଗରେ ରହିଛନ୍ତି। ବରୁଣା ଆସନାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପୁଅ ଯତୀନ୍ଦ୍ର ଏସ୍. ଆଗରେ ରହିଛନ୍ତି।

Related story