ଜେଲ ଯିବାରୁ ବର୍ତ୍ତିଲେ ନଭଜୋତ ସିଂ ସିଦ୍ଧୁ: ମାରପିଟ ଅଭିଯୋଗରେ 1000 ଟଙ୍କା ଜରିମାନା

ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ସିଦ୍ଧୁଙ୍କ ଠାରୁ ଏକହଜାର ଟଙ୍କା ଜରିମାନା ଆଦାୟ ପାଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ। ଏଥିସହ […]

index

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 04:43 PM IST

ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି। ସିଦ୍ଧୁଙ୍କ ଠାରୁ ଏକହଜାର ଟଙ୍କା ଜରିମାନା ଆଦାୟ ପାଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡିବ ନାହିଁ। ଏଥିସହ ତାଙ୍କର ମନ୍ତ୍ରୀପଦ ବଜାୟ ରଖିବେ। ୧୯୮୮ରେ ୬୫ବୟସ୍କ ଗୁରନାମ ସିଂଙ୍କ ସହ କାର ପାର୍କିଂକୁ ନେଇ ସିଦ୍ଧୁଙ୍କ ବଚସା ହୋଇଥିଲା। ଏହାପରେ ସିଦ୍ଧୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଆହତ ଗୁରୁନାମ ସିଂଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସିଦ୍ଧୁଙ୍କୁ ପଂଜାବ ଓ ହରିଆଣା ହାଇକୋର୍ଟ ତିନିବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଂଜ କରି ସିଦ୍ଧୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 

Related story