ମଧ୍ୟାହ୍ନ ଭୋଜନରେ ଏକାଠି ହେବେ ଦୁଇ ନେତା, ତୁଟିବ ସିଦ୍ଧୁ-ଅମରିନ୍ଦର କଳି!

ଚଣ୍ଡିଗଡ଼: ଏକାଠି ହେବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବୁଧବାର ଉଭୟ ମଧ୍ୟାହ୍ନ ଭୋଜନ ସମୟରେ ଏକାଠି ହେବେ ବୋଲି ଜଣାପଡ଼ିଛି। ଦୁଇ କଂଗ୍ରେସ ନେତାଙ୍କ ପରସ୍ପର ବିରୋଧୀ ବୋଲି ପରିଚିତ। ଏହି ମଧ୍ୟାହ୍ନ ଭୋଜନ ବେଳେ ଦୁଇ ନେତାଙ୍କ ଭିତରେ ଥିବା ମନମାଳିନ୍ୟରେ ଫୁଲଷ୍ଟପ ଲାଗିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଅସୁସ୍ଥତା କାରଣ […]

amarinder-sidhu

Subhransu Sekhar
  • Published: Tuesday, 24 November 2020
  • , Updated: 24 November 2020, 10:27 PM IST

ଚଣ୍ଡିଗଡ଼: ଏକାଠି ହେବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବୁଧବାର ଉଭୟ ମଧ୍ୟାହ୍ନ ଭୋଜନ ସମୟରେ ଏକାଠି ହେବେ ବୋଲି ଜଣାପଡ଼ିଛି। ଦୁଇ କଂଗ୍ରେସ ନେତାଙ୍କ ପରସ୍ପର ବିରୋଧୀ ବୋଲି ପରିଚିତ। ଏହି ମଧ୍ୟାହ୍ନ ଭୋଜନ ବେଳେ ଦୁଇ ନେତାଙ୍କ ଭିତରେ ଥିବା ମନମାଳିନ୍ୟରେ ଫୁଲଷ୍ଟପ ଲାଗିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଅମରିନ୍ଦର ଯୋଗ ଦେଇନଥିଲେ। ତେବେ ଅମରିନ୍ଦରଙ୍କର କରୋନା ରିପୋର୍ଟ ନେଗେଟିଭ୍ ରହିଥିବା ସୂଚନା ରହିଛି। ଇଡି ଅମିରନ୍ଦରଙ୍କ ପୁଅକୁ ପୁଅକୁ ସମନ୍ କରିଥିବାରୁ ଅମରିନ୍ଦର ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇନଥିବା ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ଗତବର୍ଷ ସାଧାରଣ ନିର୍ବାଚନ ପରେ ପଞ୍ଜାବ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ଏହାପରେ ସିଦ୍ଧୁଙ୍କ ପାଖରେ ଥିବା ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିଥିଲେ ଅମରିନ୍ଦର। ତାଙ୍କୁ ଶକ୍ତି ବିଭାଗ ଦେଇଥିଲେ। ଏହାପରେ ସିଦ୍ଧୁ ନୂଆ ବିଭାଗକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସିଦ୍ଧୁ ବିଜେପିରେ ଥିଲେ।

Related story