ନାନକନା ଆକ୍ରମଣ ପରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ୍‌: ଶିଖ୍‌ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନ ନାନକନାଠାରେ ଥିବା ଗୁରୁଦ୍ୱାର ଉପରଆ ଆକ୍ରମଣ ପରେ ପାକିସ୍ତାନରୁ ଆଉ ଏକ ହୃଦୟଥରା ଖବର ଆସିଛି। ପେଶାୱାରଠାରେ ଜଣେ ଶିଖ୍‌ ଯୁବକ ରବିନ୍ଦର ସିଂହଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ଶବ ଚାମକାନି ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରୁ ମିଳିଛି। ସୂଚନାଯୋଗ୍ୟ ଯେ, ରବିନ୍ଦର ଆଙ୍କର-ରିପୋର୍ଟର ହରମିତ୍‌ ସିଂହଙ୍କ ଭାଇ। ତାଙ୍କୁ ୨୫ ବର୍ଷ ହୋଇଥିଲା। ସେ ମ୍ୟାଲେସିଆରେ ରହୁଥିଲେ କିନ୍ତୁ ବାହାଘର ପାଇଁ ପାକିସ୍ତାନ ଆସିଥିଲେ। ସେ ଶପିଂ ପାଇଁ ପେଶାୱାର […]

pak-shikh

Subrat Kumar Nayak
  • Published: Sunday, 05 January 2020
  • , Updated: 05 January 2020, 04:17 PM IST

ଇସ୍‌ଲାମାବାଦ୍‌: ଶିଖ୍‌ ଧର୍ମଗୁରୁ ନାନକଙ୍କ ଜନ୍ମସ୍ଥାନ ନାନକନାଠାରେ ଥିବା ଗୁରୁଦ୍ୱାର ଉପରଆ ଆକ୍ରମଣ ପରେ ପାକିସ୍ତାନରୁ ଆଉ ଏକ ହୃଦୟଥରା ଖବର ଆସିଛି। ପେଶାୱାରଠାରେ ଜଣେ ଶିଖ୍‌ ଯୁବକ ରବିନ୍ଦର ସିଂହଙ୍କୁ ହତ୍ୟା କରାଯାଇଛି।

ମୃତକଙ୍କ ଶବ ଚାମକାନି ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳରୁ ମିଳିଛି।

ସୂଚନାଯୋଗ୍ୟ ଯେ, ରବିନ୍ଦର ଆଙ୍କର-ରିପୋର୍ଟର ହରମିତ୍‌ ସିଂହଙ୍କ ଭାଇ। ତାଙ୍କୁ ୨୫ ବର୍ଷ ହୋଇଥିଲା।

ସେ ମ୍ୟାଲେସିଆରେ ରହୁଥିଲେ କିନ୍ତୁ ବାହାଘର ପାଇଁ ପାକିସ୍ତାନ ଆସିଥିଲେ। ସେ ଶପିଂ ପାଇଁ ପେଶାୱାର ଯାଇଥିଲେ।

ଏହା ପୂର୍ବରୁ ଗୁରୁଦ୍ୱାର ଉପରେ ଆକ୍ରମଣ ଏବଂ ଧ୍ୱଂସ କରିବାକୁ ଧମକ ପରେ ପାକିସ୍ତାନ ସରକାରଙ୍କୁ ଭାରତ ତାଗିଦ କରିଥିଲା। ଭାରତ ସରକାର କହିଥିଲେ, ପାକିସ୍ତାନ ସରକାର ଶିଖ୍‌ ସମ୍ପ୍ରଦାୟର ଲୋକଙ୍କର ସୁରକ୍ଷା, ନିରାପତ୍ତା ଏବଂ ମଙ୍ଗଳ ନିଶ୍ଚିତ କରନ୍ତୁ। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏହି ଆକ୍ରମଣକୁ ନିନ୍ଦା କରିଥିଲେ।

ଏହି ଘଟଣା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିଲା। ଏହାପରେ ଶନିବାର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଅନ୍ୟତମ ପବିତ୍ର ଶିଖ୍‌ ଧର୍ମପୀଠ ଉପରେ ଏଭଳି ମନୋମୁଖୀ ଭଙ୍ଗାରୁଜା, ପୋଡ଼ାଜଳା ଏବଂ ଢେଲାମାଡ଼ ନିନ୍ଦନୀୟ। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର କିଛି ଯଦି ପ୍ରମାଣ ଖୋଜାଯାଏ, ଏହି ଘଟଣା ଏପରି ଏକ ପ୍ରମାଣ।

ସେ ଆହୁରି ମଧ୍ୟ କହିଥିଲେ, ସିଏଏ ପଛର କାରଣ ସଦୃଶ ପାକିସ୍ତାନରେ ଧର୍ମ ଭିତ୍ତିରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ କିଛି ଲୋକ ଅସ୍ୱୀକାର କରୁଥିଲେ। ବର୍ତ୍ତମାନର ଘଟଣା ସେମାନଙ୍କର ଆଖି ଖୋଲିଦେଇଥିବ ନିଶ୍ଚୟ।

ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କହିଛନ୍ତି, ଜଣେ ଝିଅର ଜୋରଜବରଦସ୍ତ ଧର୍ମାନ୍ତରୀକରଣକୁ ସମର୍ଥନ ପାଇଁ ହତ୍ୟା ଧମକ ଦିଆହେଉଛି ଏବଂ ପର୍ଯ୍ୟଟକଙ୍କ ଉପରେ ଢେଲାମାଡ଼ କରାଯାଉଛି। ଏହା ହିଁ ପାକିସ୍ତାନ ଏବଂ ଏହି କାରଣରୁ ହିଁ ଭାରତ ସିଏଏକୁ ସମର୍ଥନ କରୁଛି। ଅନ୍ୟପକ୍ଷରେ ପାକିସ୍ତାନ ସେନାର ସଖି କଣ୍ଢେଇ ମିଛ ଭିଡିଓ ଟ୍ୱିଟ କରି ବୋକା ବନେଇବାର ପ୍ରୟାସ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଜଣେ ଶିଖ୍‌ ଝିଅକୁ ଅପହରଣ କରିବା ସହ ଧର୍ମାନ୍ତରୀକରଣ କରି ବିବାହ କରିଥିବା ଜଣେ ମୁସଲିମ ବ୍ୟକ୍ତିଙ୍କ ପରିବାର ଏହି ଆକ୍ରମଣର ନେତୃତ୍ୱ ନେଇଥିବା କୁହାଯାଉଛି।

Related story